ଫିଫା ବିଶ୍ୱକପରେ ବ୍ରାଜିଲର ଦମଦାର ବିଜୟ । ମେକ୍ସିକୋକୁ ୨-୦ରେ ହରାଇ କ୍ୱାର୍ଟରରେ ବ୍ରାଜିଲ

Advertisment
ଫିଫା ବିଶ୍ୱକପରେ ବ୍ରାଜିଲର ଦମଦାର ବିଜୟ । ମେକ୍ସିକୋକୁ ୨-୦ରେ ହରାଇ କ୍ୱାର୍ଟରରେ ବ୍ରାଜିଲ

ବିଶ୍ୱ କପ ଫୁଟବଲର ଏକ ନକଆଉଟ ମ୍ୟାଚରେ ଟାଇଟଲ ଆଶାୟୀ ବ୍ରାଜିଲ ମେକ୍ସିକୋକୁ ୨-୦ ଗୋଲରେ ପରାସ୍ତ କରି କ୍ୱାଟରଫାଇନାଲ ଖେଳିବା ନିଶ୍ଚିତ କରିଛି । କ୍ୱାଟର ଫାଇନାଲରେ ବ୍ରାଜିଲ ବେଲଜିୟମ-ଜାପାନ ମ୍ୟାଚର ବିଜେତାକୁ ଭେଟିବ । ଆଜି ହୋଇଥିବା ମ୍ୟାଚରେ ବ୍ରାଜିଲ ଚମତ୍କାର ଖେଳ ଦେଖାଇଥିଲା । ମ୍ୟାଚର ୫୧ ତମ ମିନିଟରେ ବ୍ରାଜିଲ ତରଫରୁ ନେମାର ପ୍ରଥମ ଗୋଲ ଦେଇ ନିଜ ଦଳକୁ ଆଗୁଆ କରିଥିଲେ । ମ୍ୟାଚର ୮୮ ତମ ମିନିଟରେ ରୋବୋର୍ଟ ଫାର୍ମିନୋ ୨ୟ ଗୋଲ ଦେଇ ବିଜୟ ନିଶ୍ଚିତ କରିଦେଇଥିଲେ ।

ମେକ୍ସିକୋ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ଗୋଲ ଦେବାକୁ ସକ୍ଷମ ହୋଇପାରିନଥିଲା ।ଏହି ବିଜୟ ସହ ବ୍ରାଜିଲ ଫିଫା ବିଶ୍ୱକପ ବିଜୟ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି । ତେବେ ମେକ୍ସିକୋ ଏହି ପରାଜୟ ସହ ଫିଫା ବିଶ୍ୱକପରେ ନିଜର ଅଭିଯାନ ଶେଷ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe