ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡ଼ିୟମ୍ : ୧୭ବର୍ଷରୁ କମ୍ ଫିପା ମହିଳା ବିଶ୍ୱକପ୍; ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମରୋକ୍କୋ-ବ୍ରାଜିଲ

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡ଼ିୟମ୍ : ୧୭ବର୍ଷରୁ କମ୍ ଫିପା ମହିଳା ବିଶ୍ୱକପ୍; ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମରୋକ୍କୋ-ବ୍ରାଜିଲ

କନକ ବ୍ୟୁରୋ : ଆଜିଠାରୁ ୧୭ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମରୋକ୍କୋ-ବ୍ରାଜିଲ । ଅପରାହ୍ଣ ୪ଟା ୩୦ରେ ଦୁଇ ଦଳ ମୁହାଁମୁହିଁ ହେବେ । ରାତି ୮ଟାରେ ଭାରତ ଓ ଆମେରିକା ମଧ୍ୟ ମୁହାଁମୁହିଁ ହେବେ । ଭାରତୀୟ ଦଳ ନିଜର ସମସ୍ତ ୩ ଗ୍ରୁପ୍‌ ମ୍ୟାଚ୍‌ ଏଠାରେ ଖେଳିବ । ଇଣ୍ଡିଆ ୨୦୨୨ ଓ କିକ୍‌ ଅଫ୍‌ ଦ ଡ୍ରିମ୍ସ ଆଦି ଟ୍ୟାଗ୍‌ଲାଇନ୍ ସହିତ ଏହି ଦ୍ବିବାର୍ଷିକ ବିଶ୍ବକପ୍‌କୁ ଓଡ଼ିଶାର ଫୁଟ୍‌ବଲ୍‌ ପ୍ରେମୀ ନିଜ ଘରୋଇ ପରିବେଶରୁ ଦେଖିବାକୁ ପାଇବେ । ଏଥିସହିତ ଭାରତୀୟ ଯୁବାମାନେ ମଧ୍ୟ ବିଶ୍ବକପ୍‌ ପଦାର୍ପଣର ସ୍ବପ୍ନ ସାକାର କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe