କନକ ବ୍ୟୁରୋ : ଗତକାଲି କଳିଙ୍ଗ ଷ୍ଟାଡିୟମରେ ଫିଫା ମହିଳା ବିଶ୍ୱ କପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୪ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପାରମାଣିକ, ଫିଫାର ମହାସଚିବ ଫାତମା, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

Advertisment

publive-image

ଭାରତ ଓ ଆମେରିକା ମଧ୍ୟରେ ଆୟୋଜିତ ଫୁଟବଲ ମ୍ୟାଚକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଦେଖିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶା, ଗୋଆ ଏବଂ ମହାରାଷ୍ଟ୍ରରେ ଫିଫା ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ ସହଯୋଗରେ ଏହି ବିଶ୍ୱକପ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି । ଆଜି ଦେଶରେ କ୍ରୀଡ଼ାର ବାତାବରଣ ବଦଳିଛି ବୋଲି ଧର୍ମେନ୍ଦ୍ର ପଧାନ କହିଛନ୍ତି ।

publive-image

ଆମେରିକା ନିକଟରୁ ଅନ୍ୟୂନ ଗୋଟିଏ ପଏଣ୍ଟ ଛଡ଼ାଇବା ଲକ୍ଷ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ ପିଚ୍‌କୁ ଓହ୍ଲାଇଥିବା ଭାରତୀୟ ଦଳ ବଡ ବ୍ୟବଧାନରେ ପରାଜୟ ବରଣ କରିଛି । ପଦାର୍ପଣ କରିଥିବା ଭାରତକୁ ଆମେରିକା ୮-୦ ଗୋଲ୍‌ରେ ପରାସ୍ତ କରି ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ର ଗ୍ରୁପ୍‌ ‘ଏ’ରେ ଅଭିଯାନ ଆରମ୍ଭ କରିଛି । ଆମେରିକା ସହ କୌଣସି କ୍ଷେତ୍ରରେ ବି ତୁଳନୀୟ ନଥିଲେ ଭାରତୀୟ ଖେଳାଳି । ଶାରୀରିକ ଉଚ୍ଚତା ସାଙ୍ଗକୁ ଗତି, ସମନ୍ବୟ, ପାସିଂ ଓ ସୁଟିଂ ଆଦିରେ ବହୁ ପଛରେ ପଡ଼ିଯାଇଥିଲେ । ଆମେରିକା ଆ‌ରମ୍ଭରୁ ଶେଷ ଯାଏଁ ମନ ଇଛା ଗୋଲ୍‌ ପରେ ଗୋଲ୍ ସ୍କୋର୍‌ କରି ଚାଲିଥିଲା ।