କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ ! ଗେଟ ପାଖରୁ ବାହାରକୁ ବାହାର କରିଦେଲେ ସୁରକ୍ଷାକର୍ମୀ

କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ ! ଗେଟ ପାଖରୁ ବାହାରକୁ ବାହାର କରିଦେଲେ ସୁରକ୍ଷାକର୍ମୀ

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି । ଖୋଦ୍ ସୁର ରାଉତରାୟ ଏହି ଅଭିଯୋଗ ଆଣିଛନ୍ତି । ବିଧାୟକ ସୁରେଶ ରାଉତରାୟଙ୍କୁ ଗେଟ୍ ପାଖରୁ ବାହାର କରିଦେଲେ ସୁରକ୍ଷା କର୍ମୀ ।

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ ଜଟଣୀ ବିଧାୟକ । ଏହି ସମୟରେ ସୁରେଶ ରାଉତରାୟଙ୍କୁ ବାଟ ଛାଡିନଥିଲେ ସୁରକ୍ଷାକର୍ମୀ । ଏହାପରେ ସୁରେଶ ରାଉତରାୟ ନିମନ୍ତ୍ରଣ ପତ୍ର ଦେଖାଇଥିଲେ । କିନ୍ତୁ ସୁରକ୍ଷାକର୍ମୀ କିଛି ନଶୁଣି ତାଙ୍କୁ ଷ୍ଟାଡିୟମରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି । ଅପମାନ ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି ସୁରେଶ ରାଉତରାୟ ।

ସେ କହିଛନ୍ତି, କେବଳ ଜଣେ ବିଧାୟକ ନୁହନ୍ତି, ବରଂ ଆଥ୍‌ଲେଟିକ୍‌ ଆସୋସିସନ ସଭାପତି ଭାବରେ ତାଙ୍କୁ ପାସ୍‌ ମିଳିଥିଲେ ମଧ୍ୟ ପ୍ରବେଶ ସୁଯୋଗ ନ ମିଳିବାରୁ ସୁରପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସୁର ରାଉତରାୟ ଓ ତାଙ୍କ ସହଯୋଗୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଅଧଘଣ୍ଟାଏ କାଳ ସେଠାରେ ହେହା ହଲ୍ଲା ଜାରି ରହିଥିଲା ।

ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଷ୍ଟାଡିୟମ ଭିତରକୁ ଯାଇ ଖେଳ ଦେଖିବାକୁ ଅନୁରୋଧ କରିଥିଲେ । ହେଲେ ‘ଆମେ ଫୁଟ୍‌ବଲ୍‌ପ୍ରେମୀ, ଥରେ ରସ ଭଙ୍ଗ ହୋଇଗଲେ ଆମେ ଆଉ ଯିବା ଲୋକ ନୁହେଁ’ ବୋଲି କହି ଫେରି ଆସିଥିଲେ । ସୁରକ୍ଷାକର୍ମୀ କେବଳ ତାଙ୍କୁ ଅଟକାଇନଥିଲେ, ବରଂ ତାଙ୍କ ହାତକୁ ଧରି ବାହାରକୁ ଠେଲି ଦେଇଥିଲା । ଯେଉଁଥିପାଇଁ ସେ ଘୋର ଅପମାନିତ ହୋଇଥିବା କହିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସୂଚନା ଅନୁସାରେ, କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ଖେଳ ଚାଲିଛି । ଗତକାଲି ଏହି ଖେଳ ଦେଖିବାକୁ ବିଧାୟକ ସୁର ରାଉତରାୟ ୩ନଂ ଗେଟ୍ ଦେଇ ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ତେବେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ ଭିଆଇପିମାନଙ୍କୁ ୮ନଂ ଗେଟ୍ ଦେଇ ପ୍ରବେଶ ବ୍ୟବସ୍ଥା ହୋଇଥିବା କହିଥିଲେ । ୩ନଂ ଗେଟ୍‌ରେ କେବଳ ସାଧାରଣ ଦର୍ଶକଙ୍କୁ ଛଡ଼ାଯାଉଥିବା କହି ଫେରାଇ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe