କ୍ୟାପଟେନ ଫାଣ୍ଟାଷ୍ଟିକ ଜରିଆରେ ସୁନିଲ ଛେତ୍ରୀଙ୍କ ସଙ୍ଘର୍ଷର କାହାଣୀ। ଫିଫା ପ୍ଲସରେ ଉବଲବ୍ଧ ପୂରା ସିରିଜ୍।

75

କନକ ବ୍ୟୁରୋ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀଙ୍କୁ ଫିଫା ଦ୍ୱାରା ସ୍ୱତନ୍ତ୍ର ଭାବେ ସ୍ୱୀକୃତି ମିଳିଛି । ତାଙ୍କ କ୍ୟାରିୟରକୁ ନେଇ ଏକ ସିରିଜ ପ୍ରସ୍ତୁତ କରାଯାଇଛି ଯାହା ଫିଫା ପ୍ଲସରେ ଉବଲବ୍ଧ ହୋଇଛି । କ୍ୟାପଟେନ ଫାଣ୍ଟାଷ୍ଟିକ ନାମରେ ଏହି ସିରଜ ସୁନେଲ ଛେତ୍ରୀଙ୍କ କ୍ୟାରିୟରକୁ ନେଇ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ତିନୋଟି ଅଧ୍ୟାୟ ରହିଛି ।

ଅର୍ନ୍ତଜାତୀୟ ଫୁଟବଲରେ ତାଙ୍କ ଅବଦାନକୁ ଏଥିରେ ପ୍ରଶଂସା କରାଯାଇଛି । ଭାରତ ହେଉଛି ସେହି ଦେଶ ଯିଏ ଆଜି ଯାଏ ବିଶ୍ୱକପ ଖେଳିପାରିନାହିଁ କିନ୍ତୁ ଦଳର ଅଧିନାୟକ ଭାବେ ସୁନେଲ ଛେତ୍ରୀଙ୍କ ପ୍ରଦର୍ଶନ ସଫଳତାର ଅନେକ ରେକର୍ଡକୁ ଭାଙ୍ଗିଦେଇଛି । ତାଙ୍କର ଗୋଲ ସ୍କୋର କରିବାର ଦକ୍ଷତା ତାଙ୍କୁ ବିଶ୍ୱର ଅନେକ ନାମୀଦାମୀ ଫୁଟବଲରଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରିଛି । ମହାନ ଖେଳାଳୀ ଖ୍ରୀଷ୍ଟିଆନା ରୋନାଲଡୋ ଏବଂ ଲିଓନେଲ ମେସିଙ୍କ ପରେ ଗୋଲ କରିବାର ଶ୍ରେଷ୍ଠ ଖେଳାଳୀ ହୋଇପାରିଛନ୍ତି । ଉଭୟ ଖେଳାଳୀଙ୍କ ସହିତ ଛିଡା ହୋଇଥିବାର ଫଟୋ ଫିଫା ବିଶ୍ୱକପର ଟ୍ୱିଟର ହାଣ୍ଡେଲରେ ମଧ୍ୟ ସେୟାର କରାଯାଇଛି । ରୋନାଲଡୋ ବର୍ତ୍ତମାନ ସୁଦ୍ଧା ୧୧୭ ଗୋଲ ସହ ପ୍ରଥମ ସ୍ଥାନରେ ଥିବା ବେଳେ, ଲିଓନେଲ ମେସି ୯୦ ଗୋଲ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ୩୭ ବର୍ଷୀୟ ସୁନିଲ ଛେତ୍ରୀ ୮୪ ଗୋଲ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତ ପାଇଁ ସେ ବର୍ତ୍ତମାନ ସୁଦ୍ଧା ୧୩୧ଟି ମ୍ୟାଚ ଖେଳି ଏହି ସଫଳତା ହାସଲ କରିଛନ୍ତି ।

ଫିଫା ପ୍ଲସରେ ଉବଲବ୍ଧ ଏହି ସିରିଜରେ ତିନୋଟି ଅଧ୍ୟାୟ ରହିଛି । ଏହାର ଅନେକ ଦୃଶ୍ୟ ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ତାଙ୍କ ବାପାମାଆ ରହୁଥିବା ସ୍ଥାନରେ ସୁଟିଂ କରାଯାଇଛି । ଛେତ୍ରୀ ବେଙ୍ଗାଲୁରୁରେ ରହୁଥିବା ଯୋଗୁ ସେଠାରେ କିଛି ସୁଟିଂ କରାଯାଇଛି । ପ୍ରଥମ ଅଧ୍ୟାୟରେ ଭାରତର ଅଧିନାୟକ ଭାବେ ତାଙ୍କର ଯାତ୍ରାଠାରୁ ନେଇ ଏହା ପଛରେ ଥିବା ସଙ୍ଘର୍ଷକୁ ଦର୍ଶାଇଦିଆଯାଇଛି ।

ଦ୍ୱିତୀୟ ଅଧ୍ୟାୟରେ ଭାରତୀୟ ଦଳ ପାଇଁ ତାଙ୍କର ଉକ୍ରୃଷ୍ଟତା ଏବଂ ଧିରେଧିରେ ସେ କେଉଁଭଳି ନିଜକୁ ସର୍ବଶ୍ରେଷ୍ଠ ଖେଳାଳୀ କରିପାରିଥିଲେ ତାହା ରହିଛି । ସେହିଭଳି ତୃତୀୟ ଅଧ୍ୟାୟରେ ନିଜର ପେଶାଦାର ଜୀବନ ଏବଂ ବ୍ୟକ୍ତିଗତ ଜୀବନରେ କେଉଁଭଳି ଶୀର୍ଷସ୍ଥାନ ହାସଲ କରିଥିଲେ ତାହା ରହିଛି । ଧିରେ ଧିରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ବର୍ତ୍ତମାନ ଫିଫାର ଏହି ସ୍ୱୀକୃତି ହାସଲ କରିଥିଲେ ।