ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ : ୧୩ଜଣ ପର୍ବତାରୋହୀ ମୃତ, ଏବେବି ୧୦ରୁ ଅଧିକ ନିଖୋଜ

172

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ୍ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୩ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବଂ ୧୦ରୁ ଅଧିକ ପର୍ବତାରୋହୀ ଏବେବି ନିଖୋଜ ଥିବା ସୂଚନାରୁ ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇ ପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରହିଛି ।
ମାଉଣ୍ଟ ମେରାପିରେ ରବିବାର ଆଗ୍ନେୟ ଉଦଗୀରଣ ହୋଇଥିଲା । ୩ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଧୂଆଁ ଉଠିଥିଲା । ଉଦ୍ଧାରକାରୀ ଏଜେନ୍ସିର ସୂଚନା ଅନୁସାରେ ଶନିବାର ମାଉଣ୍ଟ ମେରାପିରେ ପାଖାପାଖି ୭୫ରୁ ଅଧିକ ପର୍ବତାରୋହୀ ଥିଲେ । ସେମାନଙ୍କ ମଧ୍ୟରୁ ପାଖାପାଖି ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନଥିଲା । ୧୪ ଜଣଙ୍କ ପତା ମିଳିଥିବାବେଳେ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।