ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ଜାରି । ଜଳପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍

118

କନକ ବ୍ୟୁରୋ: ଓଡ଼ିଶାରେ କ୍ଷେତ୍ରପରିଦର୍ଶନ ଆରମ୍ଭ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ହୀରାକୁଦ ନଦୀବନ୍ଧର ଦକ୍ଷିଣପାଶ୍ୱର୍ ଅନୁଧ୍ୟାନ ପରେ ପର୍ଯ୍ୟାୟକ୍ରମେ ବନ୍ଧର ମଧ୍ୟଭାଗ ଓ ଜବାହାର ଉଦ୍ୟାନ ଦେଇ ବୁର୍ଲାପାୱାର ଚ୍ୟାନେଲ ଆଦି ସ୍ଥାନରେ ପରିଦର୍ଶନ ଜାରି ରଖିଛନ୍ତି । ଏପଟେ ମହାନଦୀ ବଂଚାଓ ଆନ୍ଦୋଳନ ପକ୍ଷରୁ ଝାରସୁଗୁଡାର କନତୋରାସ୍ଥିିତ କେଲା ନଦୀକୂଳ ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରାଯାଇଛି । ଆଉ ଏହି ସତ୍ୟାଗ୍ରହକୁ ସଫଳ କରିବା ପାଇଁ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅପିଲ କରିଛନ୍ତି ।

ତେବେ ମହାନଦୀ ଟ୍ରିବ୍ୟୁନାଲ, ଓଡିଶା ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେବେ ସେ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ମହାନଦୀ ସମସ୍ୟା ପାଇଁ କିଏ ଦାୟୀ ସେ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ପାଲଟା ଅଭିଯୋଗ କରିଛି ବିଜେଡି । କିଛି ଦିନ ତଳେ ଟ୍ରିବ୍ୟୁନାଲ ଟିମ୍ ଦୁଇଟି ପର୍ଯ୍ୟାୟରେ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିଥିଲେ । ମହାନଦୀ ଉପରେ ଛତିଶଗଡ ନିର୍ମାଣ କରିଥିବା ଏକାଧିକ ଡ୍ୟାମ ଅଞ୍ଚଳ ପରିଦର୍ଶନ କରିଥିଲେ ।