ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ଜାରି। ଶୁଖିଲା ମହାନଦୀ ପାଇଁ ଚାଲିଛି ସତ୍ୟାଗ୍ରହ

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ଜାରି। ଶୁଖିଲା ମହାନଦୀ ପାଇଁ ଚାଲିଛି ସତ୍ୟାଗ୍ରହ

କନକ ବ୍ୟୁରୋ: ଆଜିଠାରୁ ଟ୍ରିବୁନାଲ ଓଡିଶା ଗସ୍ତ କରି ମହାନଦୀ ଓ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିଛନ୍ତି । ଅନ୍ୟପଟେ ଆଜିଠାରୁ ସତ୍ୟାଗ୍ରହ ଆରମ୍ଭ କରିଛି ମହାନଦୀ ବଞ୍ଚାଓ ସମିତି । ଝାରସୁଗୁଡା କେଲୋ ନଦୀ କୂଳରେ ଥିବା ଲୁହାବଗାରେ ମହାନଦୀ ବଞ୍ଚାଓ ସମିତି ପକ୍ଷରୁ ସତ୍ୟାଗ୍ରହ କରାଯାଇ ଅଣ ମୌସୁମୀ ସମୟରେ ମହାନଦୀକୁ ଛତିଶଗଡ ସରକାର ପାଣି ଛାଡୁ ବୋଲି ଦାବି କରିଛନ୍ତି । ଓଡିଶା ଗସ୍ତରେ ଆସିଥିବା ଟ୍ରିବୁନାଲ ତା କାର୍ଯ୍ୟ କରୁ ଏବଂ ଉଭୟ ରାଜ୍ୟ ସରକାର ଆପୋଷ ଆଲୋଚନା କରି ମହାନଦୀରେ ପାଣି ପ୍ରବାହକୁ ସ୍ୱାଭାବିକ କରନ୍ତୁ ବୋଲି ଦାବି କରିଛନ୍ତି ମହାନଦୀ ବଞ୍ଚାଓ ସମିତିର ଆବାହକ ସୁଦର୍ଶନ ଦାସ ।

ଛତିଶଗଡ଼ ମହାନଦୀ ପାଣିକୁ ଅଟକ କରିଥିବାରୁ ଓଡିଶାରେ ହଜାର ହଜାର ଚାଷୀ, ମତ୍ସ୍ୟଜୀବୀ ଓ ନଦୀକୂଳିଆ ଲୋକେ ନିଜର ଜୀବିକା ହରାଇଛନ୍ତି । ଯେଉଁ ମହାନଦୀ ଦିନେ ନଦୀକୁଳିଆଙ୍କ ଭାତହାଣ୍ଡି ଥିଲା ସେ ଆଜି ଶୁଖିଯାଇଛି । ତେଣୁ ଛତିଶଗଡ ସରକାର ଅଣ ମୌସୁମୀ ସମୟରେ ଓଡିଶାକୁ ନିସ୍ୱାର୍ଥ ପାଣି ଛାଡିବା, ମହାନଦୀକୁ ଅପମୃତ୍ୟୁର ରକ୍ଷା କରିବା ଦାବିରେ ସତ୍ୟାଗ୍ରହ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe