ଫିକି ଫ୍ଲୋ-ଭୁବନେଶ୍ୱରର ଅଭିନବ କାର୍ଯ୍ୟକ୍ରମ “ସଂଯୋଗରୁ ବିଜୟ” । ଅଧ୍ୟକ୍ଷା ରଶ୍ମି ସାହୁଙ୍କ ସମେତ ୬ ଜଣକୁ ନୂଆ ଦାୟିତ୍ୱ

Advertisment
ଫିକି ଫ୍ଲୋ-ଭୁବନେଶ୍ୱରର ଅଭିନବ କାର୍ଯ୍ୟକ୍ରମ “ସଂଯୋଗରୁ ବିଜୟ” । ଅଧ୍ୟକ୍ଷା ରଶ୍ମି ସାହୁଙ୍କ ସମେତ ୬ ଜଣକୁ ନୂଆ ଦାୟିତ୍ୱ

କନକ ବ୍ୟୁରୋ: ଫିକି ଫ୍ଲୋ-ଭୁବନେଶ୍ୱର ଆନୁକୂଲ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ କାର୍ଯ୍ୟକ୍ରମ “ସଂଯୋଗରୁ ବିଜୟ” (କନେକ୍ଟ୍ ଏବଂ କନକ୍ୟୁୟର-ନୋ ଏବଂ ଗେଟ୍ ନୋନ୍) ୨୦୨୪ ଭୂବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ରଶ୍ମି ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓଡ଼ିଶା ଦକ୍ଷତା ବିକାଶ କେନ୍ଦ୍ରର ଅଧକ୍ଷା ତଥା ୱାଲ୍ଡ ସ୍କିଲ୍ ସେଣ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଅଳକା ମିଶ୍ର । ଚଳିତ ଆର୍ଥିକ ବର୍ଷରେ ଫିକି ଫ୍ଲୋ- ଭୁବନେଶ୍ୱରର ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାର ଥିମ୍ ଥିଲା “ସଂଯୋଗରୁ ବିଜୟ” । ସମ୍ପର୍କ ଗଢିବା ଓ ଜ୍ଞାନ ବାଂଟିବା ବିଷୟ ବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ଏକ ସ୍ୱତନ୍ତ୍ର ନୃତ୍ୟରୁ । ଗୁରୁ ଗଙ୍ଗାଧର ଗୋଟିପୁଅ ଗୁରୁକୁଳର ନୃତ୍ୟଶିଳ୍ପୀମାନେ ଏହି ନୃତ୍ୟ ମାଧ୍ୟମରେ ସୂଚିତ କରିଥିଲେ ଯେ ନାରୀ ଯେ କୌଣସି ଗୁଣରେ କମ୍ ନୁହେଁ । ଆଉ ନାରୀ ହିଁ ସକଳ ଶକ୍ତିର ଆଧାର ।

ନିଜ ଭିତରେ ଥିବା ପ୍ରତିଭାକୁ ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦକ୍ଷତାର ସହ ବିକାଶ କରିବା ପାଇଁ ପ୍ରଚୁର ଆତ୍ମବିଶ୍ୱାସ ଓ ଉତ୍ସାହର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ମିଶ୍ର । ଆଉ ଆଜିର ନାରୀ ନିଜର ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ସବୁଠି ଆଗରେ ବୋଲି କହିଥିଲେ । ବିଶେଷ କରି ଉଦ୍ୟୋଗୀକରଣରେ ଭାରତ ଏବଂ ଓଡ଼ିଶାର ନାରୀ ମାନେ ଢେର୍ ଆଗରେ । ଫିକି ଫ୍ଲୋ ପ୍ରତ୍ୟେକ ପ୍ରଗତୀଶୀଳ ନାରୀକୁ ବୃତ୍ତିଗତ ବିକାଶ ସହିତ ଜ୍ଞାନର ଉପଯୁକ୍ତ ଖୋରାଖ୍ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହାଛଡ଼ା ସେ ନିଜର ଅଭିଜ୍ଞତା ଓ କାର୍ଯ୍ୟଶୈଳୀ ସଂପର୍କରେ ଆଲୋକପାତ ମଧ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଫିକି ଫ୍ଲୋ- ଭୁବନେଶ୍ୱରର ପ୍ରତିଷ୍ଠାତା ଅଧକ୍ଷା ଧରିତ୍ରୀ ପଟ୍ଟନାୟକ ଚଳିତବର୍ଷର ଅଧକ୍ଷା ରଶ୍ମି ସାହୁଙ୍କୁ ସ୍ୱର୍ଣ୍ଣ ପଦକ ପିନ୍ଧାଇ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ, ଓଡ଼ିଶାର ବିଶିଷ୍ଟ ମହିଳା ଉଦ୍ୟୋଗପତୀ ରଶ୍ମି ସାହୁ ୨୦୨୪-୨୫ ବର୍ଷରେ ଏହି ଅନୁଷ୍ଠାନକୁ ବହୁ ଆଗକୁ ନେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏତଦବ୍ୟତୀତ ଚଳିତବର୍ଷ ଡ଼ା.ପ୍ରଜ୍ଞା ପାରମିତା ମିଶ୍ର ବରିଷ୍ଠ ଉପାଧକ୍ଷା, ପ•ମୀ ମାନୁ ଉକିଲ ଉପାଧକ୍ଷା, ଅପର୍ଣ୍ଣା ମିଶ୍ର କୋଷାଧକ୍ଷା, ସୋନିଆ ଗୁଗନାନୀ ଯୁଗ୍ମ-କୋଷାଧକ୍ଷା, ଶ୍ରାବଣୀ ପଟ୍ଟନାୟକ ସଂପାଦିକା, ଓ ଗୁଞ୍ଜନ ଚନ୍ଦକ୍ ଯୁଗ୍ମ- ସଂପାଦିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଅଧ୍ୟକ୍ଷା ଶ୍ରୀମତୀ ସାହୁ ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକଳାପ ପରେ ଆଲୋକପାତ କରିବା ସହ ଓଡ଼ିଶାର ଗ୍ରାମୀଣ ମହିଳା ମାନଙ୍କର ଦକ୍ଷତା ବିକାଶ ପାଇଁ ଅନେକ ଅନୁଷ୍ଠାନ ସହ ସହବନ୍ଧିତ ହୋଇ କାର୍ଯ୍ୟକ୍ରମ କରିବା ସହ ମିଲେଟ୍ ମିସନ୍, ମିଶନ୍ ଶକ୍ତି, ଓର୍ମାସ୍ ସହାୟତା ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକାଶ କରିଥିଲେ । ୧୦୦ ରୁ ଉଦ୍ଧ୍ୱର୍ ଫିକି ଫ୍ଲୋ ସଦସ୍ୟା ମାନଙ୍କ ନେଟ୍ୱାର୍କିଂ, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଏହି କାର୍ଯ୍ୟକ୍ରମରେ ଅନେକ ଆଲୋଚନା ମଧ୍ୟ ହୋଇଥିଲା । ଏହିପରି କାର୍ଯ୍ୟକ୍ରମ ଫିକି ଫ୍ଲୋ ସମ୍ପ୍ରଦାୟ ମଧ୍ୟରେ ବନ୍ଧନକୁ ଆହୁରି ମଜବୁତ୍ କରିବା ସହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିରଖି ଆଗକୁ ବଢିବାରେ ସହଯୋଗ କରିବ ବୋଲି ପ୍ରକାଶ କରିଥିଲେ । ଅନେକ ସଫଳ ମହିଳା ଉଦ୍ୟୋଗୀ ତଥା ଅନୁଷ୍ଠାନର କର୍ମକର୍ତ୍ତାମାନେ । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଫିକି ଫ୍ଲୋ ଦ୍ୱାରା ଅନେକ ଶିକ୍ଷଣୀୟ ଓ ଗ୍ରହଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ ଅଧକ୍ଷା ଶ୍ରୀମତୀ ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe