ଦେଶରେ ବଢୁଛି ସାଇବର ଅପରାଧ : ଏନସିଆରବିର ତଥ୍ୟ ଅନୁସାରେ ପୂର୍ବବର୍ଷ ତୁଳନାରେ ୧୧.୮ % ବଢିଛି ଅପରାଧ

Advertisment
ସାଇବର ଠକଙ୍କ ଜାଲରେ ସରକାରୀ କର୍ମଚାରୀ: ପ୍ୟାନ କାର୍ଡ଼ ଅପଡ଼େଟ୍ ନାଁରେ ଆକାଉଣ୍ଟରୁ ନେଇଗଲେ ଦେଢ ଲକ୍ଷ ଟଙ୍କା

କନକ ବ୍ୟୁରୋ : ଦେଶରେ ବଢୁଛି ସାଇବର ଅପରାଧ । ନେସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବିର ତଥ୍ୟ ଅନୁସାରେ ପୂର୍ବ ବର୍ଷ ତୁଳନାରେ ୧୧ ଦଶମିକ ୮ ପ୍ରତିଶତ ବଢିଛି ସାଇବର ଅପରାଧ ମାମଲା । ୨୦୧୯ରେ ୪୪ ହଜାର ୭୫୩ କେସ୍ ଆସିଥିବା ବେଳେ ୨୦୨୦ରେ ୫୦ ହଜାର ୩୫ ଅପରାଧ ମାମଲା ପଂଜୀକରଣ ହୋଇଛି । ଏହା ମଧ୍ୟରୁ ୬୦ ପ୍ରତିଶତ ରହିଛି ଠକେଇ ସଂପର୍କିତ ମାମଲା । ୬ ଦଶମିକ ୬ ପ୍ରତିଶତ ଯୌନ ନିର୍ଯାତନା ସଂପର୍କିତ ମାମଲା ରହିଛି ।

ସେହିପରି ୪ ଦଶମିକ ୯ ପ୍ରତିଶତ ରହିଛି ନିର୍ଯାତନା ମାମଲା । ସାଇବର ଅପରାଧ ରୋକିବାକୁ ଗୁରୁତ୍ୱ ଦେଇଛି କେନ୍ଦ୍ର । ରାଜ୍ୟ ଗୁଡ଼ିକରେ କିପରି ଅଧିକ ସାଇବର ସେଲ୍ ଗଠନ କରାଯିବ, ସେନେଇ ଗୁରୁତ୍ୱ ଦିଆଯାଉଛି । କମିଟି ରିପୋର୍ଟ ଅନୁସାରେ ପଂଜାବ, ରାଜସ୍ଥାନ, ଗୋଆ, ଆସାମ ପରି ରାଜ୍ୟରେ ଗୋଟିଏ ବି ସାଇବର କ୍ରାଇମ୍ ସେଲ୍ ରହିଛି । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତର ପ୍ରଦେଶ ପରି ରାଜ୍ୟରେ ଗୋଟିଏ କି ଦୁଇଟି ସାଇବର କ୍ରାଇମ୍ ସେଲ୍ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe