ଆଖି ତଳର କଳାଦାଗକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

82

ଅନେକ ଲୋକ ସେମାନଙ୍କର ଆଖି ତଳର କଳାଦାଗକୁ ନେଇ ଖୁବ୍ ଚିନ୍ତିତ ହୋଇଥାନ୍ତି । ଏହା ଚେହେରାକୁ ଅସୁନ୍ଦରର କରିଥାଏ । କେହି କେହି ଅଭ୍ୟାସ ନଥିଲେ ବି ଏହି କଳାଦାଗକୁ ଅନ୍ୟ ନଜରରୁ ଲୁଚାଇବା ପାଇଁ ଚଷମା ବ୍ୟବହାର କରିଥାନ୍ତି । ଆଉ କିଛି ଲୋକ ମଧ୍ୟ ଅନେକ ଉପାୟ ଅନଲମ୍ବନ କରିଥାନ୍ତି । ହେଲେ ସହଜରେ ଏହି କଳାଦାଗ ଆଖିତଳୁ ହଟିନଥାଏ । କେମତି ଆପଣ ଏହି ସମସ୍ୟା ହଟେଇ ପାରିବେ , ଆପଣାନ୍ତୁ ଏହି ତରିକା –

ମହୁ ବ୍ୟବହାର କରି ୭ଟି ଉପାୟରେ ଆଖି ତଳର କଳାଦାଗ ହଟେଇପାରିବେ । ବ୍ୟୁଟି ଏକ୍ସପର୍ଟ ନିକ୍କିଙ୍କ ଅନୁସାରେ , ମହୁ ସ୍କିନ୍ ପାଇଁ ଖୁବ୍ ଉପଯୋଗୀ ଅଟେ । ଏହାଦ୍ୱାରା ଚର୍ମରେ ନରମପଣ ଆସିଥାଏ । ଏହାକୁ ଅନ୍ୟ ଫୁଡ୍ ସହ ମିଶାଇ ଲଗାଇଲେ ଆଖି ତଳର ଡାର୍କ ସର୍କଲ ଦୂର ହୋଇଥାଏ । ଡାର୍କ ସର୍କଲ ଛଡା ଏହା ମଧ୍ୟ ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।

୧ – ମହୁକୁ ଲେମ୍ବୁ ରସ ସହ ମିଶାଇ ଆଖି ତଳେ ଲଗାନ୍ତୁ ।
୨ – ମହୁ ସହ ହଳଦୀ ମଧ୍ୟ ମିଶାଇ ଲଗାଇପାରିବେ ।
୩ – ମହୁରେ ଆଳୁର ରସ ମିଶାଇ ଆଖିର ତଳେ ବ୍ୟବହାର କରିପାରନ୍ତି ।
୪ – ମହୁରେ ବାଦମ ତେଲ ମିଶାଇ ଲଗାଇପାରିବେ ।
୫ – ମହୁରେ କାକୁଡିର ଜୁସ୍ ମିଶାଇ ଲଗାଇଲେ , ଏହା ଭଲ ଫଳପ୍ରଦ ହୋଇପାରିବ ।
୬ – କମଳା ଚୋପାକୁ ଗୁଣ୍ଡ କରି ମହୁ ସହ ମିଶାଇ ଆଖି ତଳେ ଲଗାଇଲେ ଏହା କଳାଦାଗ ହଟାଇବାରେ ସାହାଯ୍ୟ କରିବ ।