ଶେଷ ହେଲା ରେଡିଓ ଚକଲେଟର “ଫେଷ୍ଟିଭ୍ ଟ୍ରିଟସ” ।

163

କନକ ବ୍ୟୁରୋ : ଶାରଦୀୟ ଦୁର୍ଗାପୂଜାର ଶୁଭ ଅବସରରେ ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଏବଂ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ ଶେଷ ହୋଇଯାଇଛି “ଫେଷ୍ଟିଭ୍ ଟ୍ରିଟସ ” । ଗତ ଅକ୍ଟୋବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟର ସବୁ ଆର୍.ଜେ. ମାନେ ପଳାସୁଣି ସ୍ଥିତ ସୁଭଦ୍ରା ଏନକ୍ଲେଭ, ରସୁଲଗଡ ସ୍ଥିତ ମନୋରମା ଇଷ୍ଟେଟ୍, କ୍ଲବ୍ ଟାଉନ୍ ପଟିଆ, ଝାରପଡା ସ୍ଥିତ ଉତ୍କଳ ବାଟିକା, କଟକ ସ୍ଥିତ ଉତ୍କଳ ଆପାର୍ଟମେଣ୍ଟ ଓ ଚନ୍ଦ୍ରଶେଖରପୁର ସ୍ଥିତ କ୍ଲବ ଟାଉନକୁ ଯାଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଇଥିଲେ ।

କାର୍ଯ୍ୟକ୍ରମ ସମୟରେ ଆର୍.ଜେ. ମାନଙ୍କ ସଂଚାଳନ ଏବଂ ନାଚ ଗୀତ, ଛୋଟ ପିଲାମାନଙ୍କ ପାଇଁ “ଜିନି” ସମସ୍ତଙ୍କ ମନକୁ ଛୁଇଁପାରିଛି । ଅନ୍ୟପଟେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ରହି ବ୍ୟାଙ୍କର ବିଭିନ୍ନ ଆକର୍ଷଣୀୟ ପୂଜା ଅଫର୍ ସଂପର୍କରେ ଜଣାଇଥିଲେ । ପ୍ରତିଯୋଗିତାର ବିଜେତାମାନଙ୍କୁ ଅନେକ ଆକର୍ଷଣୀୟ ଉପହାର ଦିଆଯାଇଥିଲା ।