ଆଜି ଭୋଗି, କାଲି ପୋଙ୍ଗଲ । ଦକ୍ଷିଣ ଓଡ଼ିଶାରେ ଧୁମଧାମରେ ଚାଲିଛି ଉତ୍ସବ ।

140

କନକ ବ୍ୟୁରୋ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏହାପୂର୍ବରୁ ତେଲୁଗୁ ସଂପ୍ରଦାୟର ଲୋକମାନେ ପାଳୁଛନ୍ତି ପୋଂଗଲ । ପରିବାର ଓ ବନ୍ଧୁଙ୍କ ସହ ଧୁମଧାମରେ ଦକ୍ଷିଣ ଓଡିଶାରେ ଏହି ପର୍ବ ପାଳନ କରୁଛନ୍ତି ତେଲୁଗୁ ସଂପ୍ରଦାୟ ବାସୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ଆଜି ପ୍ରଥମ ଦିନ । ଆସନ୍ତାକାଲି ପୋଙ୍ଗଲ ଓ ପରଦିନ କାନୁଗୁ ରୂପେ ପାଳନ କରିବେ । ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଏହି ପର୍ବ ପାଳନ ହେଉଛି । ଆନ୍ଧ୍ର ମହିଳା ସମାଜ ତରଫରୁ ବ୍ରହ୍ମପୁର ପ୍ରକାଶ ମହଲ ପରିସରରେ ସମସ୍ତ ମହିଳା ପୁରୁଷ ଓ ଛୋଟ ଛୋଟ ପିଲା ମାନେ ଏହାକୁ ପାଳନ କରୁଛନ୍ତି ।