ପାଖେଇ ଆସୁଛି ଦୁର୍ଗାପୂଜା : କଟକ ଦେବୀଗଡାରେ ସ୍ୱତନ୍ତ୍ର ପୂଜା ବିଧି ପରେ ଉଠିଲା ମାଟି

ଶେଖ ବଜାର ପୂଜା କମିଟି ପକ୍ଷରୁ କାଠଯୋଡି ନଦୀ ପଠାରେ ହୋମଯଜ୍ଞ ସମ୍ପନ୍ନ; ସେପଟେ ପାର୍ବଣ ଗାଇଡଲାଇନ ଉପରେ ରହିଛି ନଜର

183

କନକ ବ୍ୟୁରୋ : ଆଉ କିଛି ଦିନ ପରେ ଦୁର୍ଗାପୂଜା । ଏଥିପାଇଁ ଦେବୀଗଡାରୁ ବିଭିନ୍ନ ପୂଜା କମିଟି ପକ୍ଷରୁ ମାଟି ଉଠାଯାଉଛି । ପୂଜକଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ବିଧି କରାଯାଇ ମାଟି ଉଠାଯାଉଛି । ଶେଖ ବଜାର ପୂଜା କମିଟି ପକ୍ଷରୁ କାଠଯୋଡି ନଦୀ ପଠାରେ ହୋମଯଜ୍ଞ କରାଯାଇ ମାଠି ଉଠା କାର୍ଯ୍ୟ ସମ୍ପନ୍ନ ହୋଇଛି ।  ସେପଟେ ପାର୍ବଣ ଗାଇଡଲାଇନ ଉପରେ ରହିଛି ନଜର ।

ଅଗଷ୍ଟରୁ ନଭେମ୍ବର ଯାଏଁ ଏହି ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଭଳି ପର୍ବପର୍ବାଣି ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କୌଣସି ପେଣ୍ଡାଲରେ ୪ ଫୁଟରୁ ଅଧିକ ଉଚ୍ଚ ହେବ ନାହିଁ ମୂର୍ତି । ବିନା ଭକ୍ତରେ କେବଳ ବିଧିମୂତାବକ ପୂଜା ସମ୍ପନ୍ନ ହେବ । ପୂଜା ପେଣ୍ଡାଲରେ ସର୍ବାଧିକ ୭ ଜଣଙ୍କୁ ରହିବାକୁ ଅନୁମତି ଦିଆଯାଇଛି, ଅର୍ଥାତ୍ କର୍ତା, ପୂଜାରୀ ଓ ଅନୁଷ୍ଠାନର କର୍ମକର୍ତା ମିଶି ସର୍ବାଧିକ ୭ ଜଣ ରହିପାରିବେ । ସେହିପରି ପୂଜା ପେଣ୍ଡାଲ ଗୁଡ଼ିକୁ ୪ ପଟୁ ଆବଦ୍ଧ କରାଯିବ  । ତିନି ପଟୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇ ଗୋଟିଏ ପଟେ କେବଳ ପୂଜା ବିଧି ଚାଲିବ ।

ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ ସାଧାରଣ ଲୋକ । ସେହିପରି ଭସାଣି ଶୋଭାଯାତ୍ରା ହେବ ନାହିଁ  । ମେଲୋଡ଼ି କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ମିଳି ନାହିଁ  । ସେହିପରି ଭୋଜିଭାତ ଆୟୋଜ ଉପରେ କଟକଣା ଲଗାଯାଇଛି  । ତେବେ ସୀମିତ ଛାତ୍ରଛାତ୍ରୀରେ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହୋଇପାରିବ ବୋଲି କୁହାଯାଇଛି ।