କନକ ବ୍ୟୁରୋ : ଛତିଶଗଡ଼ ସୀମାନ୍ତବର୍ତ୍ତୀ ଝାରବନ୍ଧ ଅଂଚଳରୁ ଧରାପଡ଼ିଲା ସାର କଳା ବଜାରୀ । ବେଆଇନ ଭାବେ ସାର ଗଚ୍ଛିତ ରଖି ଚଢା ଦରରେ ବିକ୍ରି ବେଳେ କୃଷି ବିଭାଗର ଚଢାଉ । ୧୧୦ ବସ୍ତା ୟୁରିଆ ସାର ଜବତ କରିଛି ପୋଲିସ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ନିତ୍ୟାନନ୍ଦ ପୁର ଗାଁରେ ବ୍ୟାପକ ମାତ୍ରାରେ ୟୁରିଆ ସାରର କଳାବଜାରୀ ହେଉଥିଲା । ଖବର ପାଇଁ ଦୁଇ ଜଣ ବ୍ୟବସାୟୀଙ୍କ ଠାରୁ ୧୧୦ ବସ୍ତା ୟୁରିଆ ସାର ଜବତ କରିଛି ପୋଲିସ ।

Advertisment

ନିତ୍ୟାନନ୍ଦପୁର ଗାଁ ଡ଼ିଙ୍ଗରଲାଲ ସାହୁଙ୍କ ଠାରୁ ୫୨ ବସ୍ତା ଓ ତାରାବାଇ ସାହୁଙ୍କ ଠାରୁ ୫୮ ବସ୍ତା ୟୁରିଆ ସାର ଜବତ ହୋଇଛି । ଏମାନେ ବେଆଇନ ଭାବେ ସାର ଗଚ୍ଛିତ ରଖି ବସ୍ତା ପିଛା ୪୭୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଅଭିଯୋଗକୁ ଭିତ୍ତିକରି ବ୍ଳକ ସହକାରୀ କୃଷି ଅଧିକାରୀ ମନୋଜ ରାଉତ, ପୁଲିସ ଏଏସଆଇ ବିନୋଦ କନେ୍ଧର ଘଟଣାସ୍ଥଳରେ ପହଂଚି ଚଢାଉ କରିଥିଲେ ।