ଗୋଟିଏ ଦିନର ଡେପୁଟି କମିଶନର୍ ! ଦୁର୍ଲଭ ରୋଗରେ ପୀଡିତ ଥିବା ଛାତ୍ରୀ ଅନମୋଲ୍ ର ସ୍ୱପ୍ନକୁ ପୁରଣ କଲେ ଡେପୁଟି କମିଶନର୍ , ଗୋଟିଏ ଦିନ ପାଇଁ ବନାଇଲେ ଡିସି ।

155

ଲୋକୋମୋଟର ନାମକ ଏକ ଦୁର୍ଲଭ ରୋଗରେ ପୀଡିତ ଥିବା ୧୫ ବର୍ଷର ଛାତ୍ରୀ ଅନମୋଲ୍ ବେରୀର ପିଲାଦିନର ଆଶାକୁ ପୁରଣ କରିଛନ୍ତି ଫିରୋଜପୁରର ଡେପୁଟି କମିଶନର୍ ଚନ୍ଦ୍ର ଗେନ୍ଦ୍ । ଦଶମ ଶ୍ରେଣୀରେ ପଢୁଥିବା ଏହି ଟପ୍ପର ସ୍ପେଶାଲ୍ ଛାତ୍ରୀଜଣଙ୍କୁ ଗୋଟିଏ ଦିନ ପାଇଁ ଫିରୋଜପୁରର ଡିସି ହେବାର ଅନୁଭବ କରାଇଛନ୍ତି ଡେପୁଟି କମିଶନର୍ ଚନ୍ଦ୍ର ଗେନ୍ଦ୍ । ଅନମୋଲ୍ ଙ୍କୁ ଆଣିବା ପାଇଁ ଡେପୁଟି କମିଶନର୍ ସ୍ୱୟଂ ବ୍ୟାଙ୍କ୍ କଲୋନୀ ସ୍ଥିତ ତାଙ୍କ ବାସଭବନକୁ ଯାଇ ଡିସି ସରକାରୀ ଗାଡିରେ ତାଙ୍କୁ ବସାଇ ପ୍ରଶାସନିକ ଭବନକୁ ଆଣିଥିଲେ । ଯେଉଁଠାରେ ପିଲାଟିର ସ୍ୱାଗତ କରିବା ପାଇଁ ରେଡ୍ କାର୍ପେଟ୍ ପଡିଥିଲା । ପ୍ରଶାସନିକ ଅଧିକାରୀ ଏବଂ ପୋଲିସ୍ ଅଧିକାରୀ ହାତରେ ଫୁଲତୋଳା ଧରି ଝିଅଟିକୁ ସ୍ୱାଗତ କରିଥିଲେ । ଡେପୁଟି କମିଶନର୍ ଅନମୋଲଙ୍କୁ ଫିରୋଜପୁର ଜିଲ୍ଲାର “ବେଟି ବଚାଓ-ବେଟି ପଢାଓ” ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଅନମୋଲ୍ ଏକ ଦୁର୍ଲଭ ରୋଗରେ ପୀଡିତ ଅଛନ୍ତି ଯେଉଁ କାରଣରୁ ତାଙ୍କ ଶରୀରର ବିକାଶ ହେବା ବନ୍ଦ ହୋଇଯାଇଛି ।

ଅନମୋଲଙ୍କ ଉଚ୍ଚତା ସିନା ୨ ଫୁଟ ୮ ଇଞ୍ଚ୍ ରହିଛି କିନ୍ତୁ ଶିକ୍ଷା ମାମଲାରେ ସେ ଖୁବ୍ ପାରଙ୍ଗମ । ଦଶମ ଶ୍ରେଣୀରେ ୮୫.୬ ପ୍ରତିଶତ ନମ୍ବର ରଖି ସେ ଟପ୍ପର ହୋଇଛନ୍ତି । ନବମ ଶ୍ରେଣୀରେ ସେ ୯୫.୦୩ ପ୍ରତିଶତ ଅଙ୍କ ରଖିଥିଲେ । ବର୍ତ୍ତମାନ ସେ ଆରଏସଡି ରାଜ ରତ୍ନ ପବ୍ଲିକ୍ ସ୍କୁଲରେ ପଢୁଛନ୍ତି । କିଛି ଦିନ ପୂର୍ବେ ଡେପୁଟି କମିଶନର୍ ଏହି ସ୍କୁଲକୁ ଯାଇଥିଲେ ଯେଉଁଠାରେ ସେ ଏହି ଝିଅଟି ସହ ସାକ୍ଷାତ କରି ଜାଣିଥିଲେ ଯେ ଲୋକୋମୋଟର ନାମକ ଏକ ଦୁର୍ଲଭ ରୋଗରେ ପୀଡିତ ଥିବା ଏହି ଝିଅର ୪ ଟି ସର୍ଜରୀ ହୋଇଗଲାଣି । ଅନମୋଲଙ୍କ ସହ କଥାବାର୍ତ୍ତା କରି ଡିସି ଜାଣିଥିଲେ ଯେ ସେ ବଡ ହୋଇ ଆଇଏଏସ୍ ପାସ୍ କରି ଡେପୁଟି କମିଶନର୍ ହେବାକୁ ଚାହୁଁଛନ୍ତି । ଏହାପରଠାରୁ ଏହି ଝିଅଟିର ସ୍ୱପ୍ନକୁ ପୁରଣ କରିବା ପାଇଁ ଡିସି ଯେଭଳି ମନସ୍ଥ କରିଥିଲେ । ତେବେ ଶୁକ୍ରବାର ଡିସି ଅନମୋଲଙ୍କ ଏହି ସ୍ୱପ୍ନକୁ ପୁରା କରିଛନ୍ତି । ଡିସି ଅଫିସରେ ଅନମୋଲ ଡେପୁଟି କମିଶନର୍ ଙ୍କ ଚଉକିରେ ବସି ଅନେକ ପ୍ରଶାସନିକ କାମକୁ ପାଖରୁ ଦେଖିବା ସହ ଅନେକ ଫୋନକଲ୍ ଉଠାଇଥିଲେ । ଅନେକ ପ୍ରଶାସନିକ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କଲ୍ କରିଥିଲେ ।