ଫେମିନା ମିସ ଇଣ୍ଡିଆ : ଓଡ଼ିଶା ଟପ୍‌ ଫାଇଭରେ ବଲାଙ୍ଗୀର ବିଚାରପତିଙ୍କ ଝିଅ

300

କନକ ବ୍ୟୁରୋ :  ମିସ୍ ଇଣ୍ଡିଆ-୨୦୨୦ରେ ଓଡିଆ ଝିଅ । ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ପାଇଁ ଓଡ଼ିଶାରୁ ଚୟନ କରାଯାଇଥିବା ଟପ୍‌ ଫାଇଭ ଭିତରେ ରହିଛନ୍ତି ବଲାଙ୍ଗୀର ଜିଲ୍ଲାର ଶୁଭଶ୍ରୀ ରାୟଗୁରୁ । ଶୁଭଶ୍ରୀ ହେଉଛନ୍ତି ବଲାଙ୍ଗୀର ସ୍ପେଶାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ । ଏହା ଜଣା ପଡ଼ିବା ପରେ ବଲାଙ୍ଗୀର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ମିସ ଇଣ୍ଡିଆ ଟାଇଟଲ ଜିତିବା ପାଇଁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଶୁଭଶ୍ରୀ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପାଠ ପଢୁଥିବା ସମୟରୁ ହିଁ ଅଭିନୟ ଏବଂ ମଡେଲିଂ ପାଇଁ ସ୍ୱପ୍ନ ଦେଖିଥିଲେ । ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ବର୍ତ୍ତମାନ ଏକାଧାରରେ ଜଣେ ଆଙ୍କର, ଅଭିନେତ୍ରୀ ଏବଂ ଲୟର । ୩୦୦୦  ଲାଇଭ କାର୍ଯ୍ୟକ୍ରମରେ ସେ ଆଙ୍କରିଙ୍ଗ କରିସାରିଲେଣି । ଅନେକ ନାମୀଦାମୀ କଂପାନିର ବିଜ୍ଞାପନରେ ଅଭିନୟ କରିଛନ୍ତି । ଏପରିକି ‘ମସ୍ତିଜାଦେ’ ଚଳଚ୍ଚିତ୍ରରେ ସହକାରୀ ନିର୍ଦେଶିକା ଦାୟିତ୍ୱ ମଧ୍ୟ ବହନ କରିଛନ୍ତି । ଆମାଜନ ଆପର ଶୁଭଶ୍ରୀ ହେଉଛନ୍ତି ଅଫିସିଆଲ ଆଙ୍କର । ଆଗକୁ ଜଣେ ଭଲ ଅଭିନେତ୍ରୀ ହେବା ସହିତ ମହିଳାଙ୍କୁ ସଶକ୍ତ କରିବା ଏବଂ ତାଙ୍କର ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟ ବୋଲି କହିଛନ୍ତି । ମିସ ଇଣ୍ଡିଆ ଟାଇଟଲ ଜିତିବା ପାଇଁ ନିଜକୁ ଫୁଲଦମରେ ପ୍ରସ୍ତୁତ କରୁଛନ୍ତି ଶୁଭଶ୍ରୀ ।