କନକ ବ୍ୟୁରୋ: ମହିଳା ପିଜି ଡାକ୍ତରଙ୍କୁ ବିଭତ୍ସ ହତ୍ୟା ପରେ ଉଠୁଛି ପଡୁଛି କୋଲକାତା । ବିଭିନ୍ନ ଡାକ୍ତରଖାନା ବାହାରେ ଆରମ୍ଭ ହୋଇଛି ବିକ୍ଷୋଭ । ଅପରାଧୀକୁ ଦଣ୍ଡ ଦିଆଯାଉ ଓ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଦାବି ବଢ଼ିଚାଲିଛି ।

Advertisment
  • କୋଲକାତାରେ ମହିଳା ପିଜି ଡାକ୍ତରଙ୍କୁ ହତ୍ୟା!
  • ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୂଚନା ଅନୁସାରେ ସହରରେ ଥିବା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହଷ୍ଟେଲ ବିଲଡିଂରେ ଡାକ୍ତରଙ୍କୁ ଅର୍ଦ୍ଧନଗ୍ନ ଓ କ୍ଷତବିକ୍ଷତ ଶରୀର ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ ସହପାଠୀ । ସୂଚନା ଅନୁସାରେ ରାତ୍ରିଭୋଜନ ପରେ ବିଲଡିଂର ଉପର ମହଲାକୁ ପାଠ ପଢିବାକୁ ଯାଇଥିଲେ ଓ ଭୋରୁ ତାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି ।

କୋଲକାତାରେ ଟ୍ରେନି ଡାକ୍ତରଙ୍କ ମୃତ୍ୟୁକୁ ନେଇ ବିବାବ ବଢୁଥିବା ବେଳେ ବିକ୍ଷୋଭ ପଦର୍ଶନ କରିଛନ୍ତି ନର୍ସ। । ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ କହିଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କୁ କଡ଼ାଦଣ୍ଡ ମିଳିବ ବୋଲି କହିଛନ୍ତି ମମତା ସରକାର । ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯଦି ଦରକାର ପଡେ ତେବେ ଦୋଷୀକୁ ଦିଆଯିବ ଫାଶୀଦଣ୍ଡ ।

ସେପଟେ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଟିଏମସି ସରକାରଙ୍କ ଶାସନରେ ରାଜ୍ୟରେ ଅପରାଧ ବଢ଼ୁଥିବା ଅଭିଯୋଗ କରିଛି ଦଳ ।