ଲେଡ଼ି ସିଙ୍ଘମ ସଙ୍ଗୀତା । ୬ଟି ଚାକିରି ଛାଡି ହୋଇଥିଲେ ଆଇପିଏସ୍ ଅଫିସର, ମନ୍ତ୍ରୀଙ୍କ ସହ ବିବାଦ ପରେ ସଙ୍ଗୀତାଙ୍କୁ ନେଇ ବଢିଥିଲା ଚର୍ଚ୍ଚା ।

782

କନକ ବ୍ୟୁରୋ : ଲେଡ଼ି ସିଙ୍ଘମ ସଙ୍ଗୀତା । ଏହି ଆଇପିଏସ ଅଫିସରଙ୍କ ନାଁ ଶୁଣିଲେ ଭୟରେ ଅପରାଧୀଙ୍କ ଛାତି ଥରି ଉଠେ । ହରିୟାଣାର ଏହି ମହିଳା ଆଇପିଏସଙ୍କ କାହାଣୀ ଯେତିକି ରୋମାଂଚଭରା ସେତିକି ସଂଘର୍ଷପୂର୍ଣ୍ଣ । ପିଲାଟି ଦିନରୁ ପୋଲିସ ଅଫିସରଟିଏ ହେବାର ସ୍ୱପ୍ନ ଦେଖିଥିବା ସଙ୍ଗୀତା, ନିଜ ସ୍ୱପ୍ନ ପୂରା କରିବାରୁ ୬, ୬ଟି ଚାକିରି ଛାଡିଛନ୍ତି ।

ହରିୟାଣାରା ଭିବାନୀ ଜିଲ୍ଲାର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ସଙ୍ଗୀତା । ତେବେ ଯେଉଁ ପୋଲିସ ବିଭାଗରେ ତାଙ୍କ ବାପା କାରପେଣ୍ଟର ଥିଲେ, ସେହି ବିଭାଗରେ ହିଁ ପୋଲିସ ଏସପି ଭାବେ ପ୍ରଥମ ପୋଷ୍ଟିଂ ପାଇଥିଲେ ସଙ୍ଗୀତା ।

୨୦୧୮ରେ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ସହ ବିବାଦ ପରେ ଚର୍ଚ୍ଚାକୁ ଆସିଥିଲେ ସଙ୍ଗୀତା । ସ୍ୱାସ୍ଥ୍ୟମନ୍ତ୍ରୀ ଏକ ମିଟିଂରେ ନିଶା ବିକ୍ରି ସମ୍ପର୍କିତ ଏକ ଅଭିଯୋଗ ଉପରେ ଏସପି ସଙ୍ଗୀତାଙ୍କୁ ଉତର ମାଗିଥିଲେ । ଏହି ଘଟଣାକୁ ନେଇ ମନ୍ତ୍ରୀ ଏବଂ ଏହି ଲେଡି ଦବଙ୍ଗ ଅଫିସରଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଅଧାରେ ବନ୍ଦ ହୋଇଥିଲା ବୈଠକ । ଏପରିକି ମନ୍ତ୍ରୀଙ୍କ ସହ ଅନ୍ୟ ଏକ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ସଙ୍ଗୀତା । ଯାହା ପରେ ତାଙ୍କର ବଦଳି କରିଦିଆଯାଇଥିଲା ।

ତେବେ ଅନେକ ଅପରାଧକୁ ଦମନ କରିବାରେ ଏହି ଲେଡି ଦବଙ୍ଗ ଅଫିସର ପ୍ରମୁଖ ଭୂମିକା ନେଇଛନ୍ତି । ତେବେ ବର୍ତ୍ତମାନ ସେ ରେଳବାଇରେ ଏସପି ଭାବେ କାର୍ଯ୍ୟରତ ଅଛନ୍ତି ।