ସାବାସ୍ ସଂଯୁକ୍ତା ! ଲେଡି ପୋଲିସ ଅଫିସରଙ୍କ ପ୍ରଶଂସନୀୟ କାମ । ୧୫ ମାସରେ ୧୬ଆତଙ୍କବାଦୀଙ୍କୁ ମାରିବା ସହ ୬୪ଜଣଙ୍କୁ କରିଛନ୍ତି ଗିରଫ

81

ସମଗ୍ର ଦେଶ ଦୁର୍ନୀତି ଓ ଆତଙ୍କବାଦୀ ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ଜଣେ କର୍ତ୍ତବ୍ୟନିଷ୍ଠ ମହିଳା ଆଇପିଏସ ଅଧିକାରୀ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଆସାମର ‘ଲୌହ ମହିଳା’ ଭାବେ ପରିଚିତା ଆଇପିଏସ ଅଧିକାରୀ ସଂଯୁକ୍ତା ପରିଶର, ନିଜର ପ୍ରଶଂସନୀୟ କାର୍ଯ୍ୟ ଓ ସାହାସ ପାଇଁ ଶିରୋନାମା ପାଲଟିଛନ୍ତି । ଆସାମରେ ପ୍ରଥମ ମହିଳା ଆଇପିଏସ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ସଂଯୁକ୍ତା ୧୫ ମାସ ଭିତରେ ୬୪ଜଣ ଆତଙ୍କବାଦୀଙ୍କୁ ଗିରଫ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ସଂଯୁକ୍ତା ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆସାମରେ ଶେଷକରିବା ପରେ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ଶେଷ କରିଥିଲେ । ତାପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପିଏଚଡି ଶେଷ କରିଥିଲେ । ସଂଯୁକ୍ତାଙ୍କର ପିଲାଦିନରୁ ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା ଓ ସେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ।

ଆସାମରେ ଦୁର୍ନୀତି ଓ ଆତଙ୍କବାଦୀକୁ ନେଇ ପିଲାଦିନରୁ ଚିନ୍ତିତ ଥିଲେ ସଂଯୁକ୍ତା । ଏଥିପାଇଁ ସେ ଭଲ ରାଙ୍କ ପାଇଥିବା ସତ୍ୱେ ନିଜ ରାଜ୍ୟରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୦୮ରେ ତାଙ୍କୁ ଆସିଷ୍ଟାଂଟ କମାଣ୍ଡାଂଟ ଭାବେ ଆସାମର ମାକୁମକୁ ପଠାଯାଇଥିଲା । ବୋଡେ ଓ ବାଂଲାଦେଶୀ ଉଗ୍ରବାଦୀଙ୍କ ମଧ୍ୟରେ ଚାଲିଥିବା ହିଂସାକୁ ରୋକିବା ପାଇଁ  ତାଙ୍କୁ ଉଦଲଗୁଡିକୁ ବଦଳି କରାଯାଇଥିଲା । ଅପରେସନକୁ ନିଜେ ସଂଯୁକ୍ତା ପରିଚାଳନା କରିଥିଲେ । ପାଖାପାଖି ୧୫ ମାସ ଭିତରେ ୧୬ ଆତଙ୍କବାଦୀଙ୍କୁ ହତ୍ୟାକରିବା ସହ ୬୪ଆତଙ୍କବାଦୀଙ୍କୁ ଗିରଫ କରିଥିଲେ ।

ଚାରି ବର୍ଷ ଝିଅର ମା ସଂଯୁକ୍ତା, ନିକଟରେ ଏକ ଅପରେସନ କରି ଚର୍ଚାରେ ଅଛନ୍ତି । ଶତ୍ରୁ କୁ ଧରିବା ପାଇଁ ଏକେ-୪୭ରାଇଫଲ ସହ ସେ ଏକ ପଡିଆରେ ଡେଇଁଥିଲେ । ଗତ କିଛିବର୍ଷ ସଂଯୁକ୍ତା ଆଂଟି ବୋଡେ ମିଲିଟାଂଟ ଅପରେସନରେ ନିଜକୁ ସାମିଲ କରିଛନ୍ତି । ଆତଙ୍କବାଦୀଙ୍କ ଦ୍ୱାରା ନିଜ ପରିବାର ଓ ଘରକୁ ହରାଇଥିବା ଲୋକଙ୍କ ସହ ମିଶିବା ପାଇଁ ସଂଯୁକ୍ତା ଅନେକ ଥର ଶରଣାର୍ଥୀଙ୍କ କ୍ୟାମ୍ପକୁ ଯାଇଥାନ୍ତି । ଦୁଇମାସରେ ଥରେ ମାତ୍ର ସେ ନିଜ ସ୍ୱାମୀ ଓ ପରିବାର ସହ ସମୟ କଟାଇଥାନ୍ତି । ଆତଙ୍କବାଦୀ ଓ ଭ୍ରଷ୍ଟାଚାର ବିରୋଧରେ ସଂଯୁକ୍ତାଙ୍କ ଲଢେଇ କରିବାର ନିଷ୍ଠା ଓ ସାହସିକ ପ୍ରଦର୍ଶନ ଅନ୍ୟମାନଙ୍କ ପାଇଁ ଉଦାହରଣ ।

ସମସ୍ତେ ନିଜ ପରିବାର ଓ ପିଲାଙ୍କ ପାଇଁ ଚିନ୍ତିତ ଥିବା ଜଣେ ମହିଳା ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗକରିବା ଗୌରବର କଥା । ତାଙ୍କର ଅଦମ୍ୟ ସାହସ , ଦେଶପ୍ରୀତି, ମାତୃଭୂମିର ସେବା ମନୋବୃତ୍ତିକୁ ଯେକେହି ବିି ସାଲ୍ୟୁଟ କରିବାକୁ ବାଧ୍ୟ ହେବ । କେବଳ ଜଣେ ମହିଳା ଆଇପିଏସ ଅଧିକାରୀ ଭାବେ ସଂଯୁକ୍ତାଙ୍କର କାର୍ଯ୍ୟଶୈଳୀରେ ଅନ୍ୟମାନେ ଅନୁପ୍ରାଣିତ ହେଲେ ଦେଶରୁ ଭ୍ରଷ୍ଟାଚାର ଓ ଆତଙ୍କବାଦ ବିଲୋପ ସମ୍ଭବ ହୋଇପାରିବ ।