ଦିଲ୍ଲୀ IIIT ଇତିହାସରେ ପ୍ରଥମ: ଭାରତୀୟ ଇଂଜିନିୟର ଛାତ୍ରୀଙ୍କୁ ଫେସବୁକର ଚାକିରି ଅଫର୍, ଦରମା ଦେଢ଼ କୋଟି ।

5,487

କନକ ବ୍ୟୁରୋ: ଚାକିରି ହେବ ତ ଏମିତି । ଭାରତୀୟ ମହିଳାଙ୍କୁ ମିଳିଲା ଦେଢ଼ କୋଟି ଟଙ୍କାର ଚାକିରି । ଆଉ ଏଭଳି ଦାମିକିଆ ଚାକିରି ଅଫର କରିଛି ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ ଫେସବୁକ୍ । ଇନ୍ଦ୍ରପ୍ରସ୍ଥ IIIT ଦିଲ୍ଲୀରେ ପ୍ରଥମ ଥର ଜଣେ ଇଂଜିନିୟର ଛାତ୍ରୀଙ୍କୁ ମିଳିଛି ଦେଢ଼ କୋଟି ଟଙ୍କାର ଚାକିରି ଅଫର ମିଳିଛି । ଛାତ୍ରୀ ଜଣଙ୍କ ଏହି ଇଂଷ୍ଟିଚ୍ୟୁଟରେ କମ୍ପ୍ୟୁଟର ସାଇନ୍ସ ବିଷୟରେ ଅଧ୍ୟୟନ କରିଛନ୍ତି । ତାଙ୍କୁ ଫେସବୁକ ୧.୪୫ କୋଟି ଟଙ୍କାର ବାର୍ଷିକ ପ୍ୟାକେଜ ଅଫର କରିଛନ୍ତି ।

Admissions to engineering colleges through IIT-JEE, including NITs, halted by SCଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଇଂଷ୍ଟଟିଚ୍ୟୁଟ୍ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର କ୍ୟାମ୍ପସ ସିଲେକ୍ସନରେ ମୋଟ୍ ୫୬୨ଟି ଅଫର ମିଳିଥିଲା । ସେଥି ମଧ୍ୟରୁ ୩୧୦ଟି ଫୁଲ ଟାଇମ୍ ଏବଂ ୨୫୨ଟି ଇଂଟର୍ଣ୍ଣଶିପ୍ ସାମିଲ ହୋଇଛନ୍ତି । ତେବେ କୌଣସି ଛାତ୍ରୀଙ୍କୁ ଚାକିରିର ଏଭଳି ଏକ ବଡ ଅଫର ମିଳିବା ଦିଲ୍ଲୀ IIIT ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି । ସବୁଠାରୁ ବଡ଼କଥା ହେଲା, ଚଳିତଥର ୨୦୨୦ ଶିକ୍ଷାବର୍ଷରେ ଇଂଷ୍ଟିଚ୍ୟୁଟକୁ ବିଭିନ୍ନ କମ୍ପାନୀ ତରଫରୁ ୩୧୦ଟି ଚାକିରୀ ଏବଂ ୨୫୨ଟି ଇଣ୍ଟର୍ନଶିପର ଅଫର ମିଳିଛି ।

ଅନ୍ୟପଟେ ଦିଲ୍ଲୀ ଆଇଆଇଆଇଟିରେ ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୬.୩୩ ଲକ୍ଷ ଏବଂ ୧୪.୮୫ଲକ୍ଷ ଟଙ୍କା ମିଳିିଛି । ଏଥିରେ ଉଭୟ ୟୁଜି ଏବଂ ପିଜି ଶିକ୍ଷା ବ୍ୟବସ୍ଥାକୁ ସାମିଲ କରାଯାଇଛି । ରିପୋର୍ଟ ମୁତାବକ, କ୍ୟାମ୍ପସ ପ୍ଲେସମେଣ୍ଟ୍ ଡ୍ରାଇଭ୍ ପାଇଁ ବଡ ବଡ କମ୍ପାନୀ ସେଠାରେ ପହଂଚିଥିଲେ । ଯାହା ମଧ୍ୟରେ ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ, ଫେସବୁକ, ସ୍ୟାମସଙ୍ଗ, ରିଲାଏନ୍ସ ଓ ଡବ୍ଲ୍ୟୁଡିସି ଭଳି ପ୍ରମୁଖ ଯୋଗ ଦେଇଥିଲେ ।