କନକ ବ୍ୟୁରୋ : ଫାଇନାନ୍ସ କର୍ମଚାରୀଙ୍କ ଆତ୍ମହତ୍ୟା । ଖଲ୍ଲିକୋଟ କରଣ ସାହିରୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ମହିଳା ଫାଇନାନ୍ସ କର୍ମଚାରୀଙ୍କ ପରିଚୟ ପାୟଲ ସ୍ୱାଇଁ ବୋଲି ସୂଚନା ମିଳିଛି । ପାୟଲଙ୍କ ଘର ଭଞ୍ଜନଗର ନିକଟସ୍ଥ କଟାଧର ଗ୍ରାମରେ । ସେ ଏକ ଘରୋଇ ଲୋନ କମ୍ପାନୀରେ କାମ କରୁଥିଲେ ।

Advertisment

ସୋମବାର ଅଫିସରେ ଡ୍ୟୁଟି କରି ମଧ୍ୟାହ୍ନରେ ଘରକୁ ଖାଇବା ପାଇଁ ଯାଇଥିଲେ । ତେବେ ଫୋନ ନଠାଇବାରୁ ସହକର୍ମୀ ଯାଇ ରୁମ ଦେଖିଥିଲେ । ପରେ ଘର ଭିତରେ ପାୟଲଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଦେଇଛି ।