ବାଲିପାଟଣା ଶିଶୁମଠ ସାହିର ମହିଳା ଉଦ୍ୟୋଗୀ । ସ୍ଥାନୀୟ ମହିଳାଙ୍କୁ ତାଲିମ ଦେଇ କରୁଛନ୍ତି ରୋଜଗାରକ୍ଷମ

90

କନକ ବ୍ୟୁରୋ: ବାଲିପାଟଣା ଶିଶୁମଠ ସାହିର ମହିଳା ଉଦ୍ୟୋଗୀ ଶୁଜାସ୍ମିତା ତିୱାରୀଙ୍କୁ ନେଇ ଚର୍ଚ୍ଚା  । ୫ ଶହ ଝିଅ ଓ ମହିଳାଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରାଇପାରିଛନ୍ତି  । ୨୦୦୪ରୁ “ସୁଇଟ ହାର୍ଟ’ ନାମକ ସଂଗଠନ ଗଢ଼ିଥିଲେ   । ନିଜ ଘରେ ଟେଲରିଂ ମେସିନ ରଖି ସ୍ଥାନୀୟ ମହିଳା ଓ ଝିଅ ମାନଙ୍କୁ ତାଲିମ ଦେବା ଆରମ୍ଭ କଲେ  । ଆଉ ତାଲିମ ପରେ ଏମାନେ ଟେଡି, ପାପୋଛ, ଚାନ୍ଦୁଆ, ପତାକା, ଠାକରୁଙ୍କ ବସ୍ତ୍ର, ମାଳି ଆଦି ପ୍ରସ୍ତୁତି ହେଉଛି  ।

ଅବ୍ୟବୃହତ ସାମଗ୍ରୀରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ଗଢ଼ୁଛନ୍ତି  । ଏବେ ଏଠାରେ ୨୦ ଜଣ ତାଲିମ ସହ କାମ କରୁଛନ୍ତି  । ସେଂଟରରେ କାମ କରୁଥିବା ମହିଳାମାନେ ମାସକୁ ୨ରୁ ୩ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି  । ବାଲିପାଟଣା, ତରଡ଼ପଡ଼ା, ପମ୍ପାଲୋ, ନୂଆପଡ଼ା, ଝିଂଟି, ଆଳିଶି, ଦରଡ଼ା, ଭିଙ୍ଗାରପୁର ଆଦି ଅଂଚଳର ପିଲା ଏଠାକୁ ଆସି ତାଲିମ ନିଅନ୍ତି  । ପ୍ରାୟ ୫ ଶହ ଜଣ ଏଯାଏ, ଏଠାରେ ତାଲିମ ନେଇସାରିଲେଣି  ।