କନକ ବ୍ୟୁରୋ: ବାଲିପାଟଣା ଶିଶୁମଠ ସାହିର ମହିଳା ଉଦ୍ୟୋଗୀ ଶୁଜାସ୍ମିତା ତିୱାରୀଙ୍କୁ ନେଇ ଚର୍ଚ୍ଚା । ୫ ଶହ ଝିଅ ଓ ମହିଳାଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରାଇପାରିଛନ୍ତି । ୨୦୦୪ରୁ “ସୁଇଟ ହାର୍ଟ’ ନାମକ ସଂଗଠନ ଗଢ଼ିଥିଲେ । ନିଜ ଘରେ ଟେଲରିଂ ମେସିନ ରଖି ସ୍ଥାନୀୟ ମହିଳା ଓ ଝିଅ ମାନଙ୍କୁ ତାଲିମ ଦେବା ଆରମ୍ଭ କଲେ । ଆଉ ତାଲିମ ପରେ ଏମାନେ ଟେଡି, ପାପୋଛ, ଚାନ୍ଦୁଆ, ପତାକା, ଠାକରୁଙ୍କ ବସ୍ତ୍ର, ମାଳି ଆଦି ପ୍ରସ୍ତୁତି ହେଉଛି ।
ଅବ୍ୟବୃହତ ସାମଗ୍ରୀରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ଗଢ଼ୁଛନ୍ତି । ଏବେ ଏଠାରେ ୨୦ ଜଣ ତାଲିମ ସହ କାମ କରୁଛନ୍ତି । ସେଂଟରରେ କାମ କରୁଥିବା ମହିଳାମାନେ ମାସକୁ ୨ରୁ ୩ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ବାଲିପାଟଣା, ତରଡ଼ପଡ଼ା, ପମ୍ପାଲୋ, ନୂଆପଡ଼ା, ଝିଂଟି, ଆଳିଶି, ଦରଡ଼ା, ଭିଙ୍ଗାରପୁର ଆଦି ଅଂଚଳର ପିଲା ଏଠାକୁ ଆସି ତାଲିମ ନିଅନ୍ତି । ପ୍ରାୟ ୫ ଶହ ଜଣ ଏଯାଏ, ଏଠାରେ ତାଲିମ ନେଇସାରିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/vlcsnap-2021-09-12-20h58m55s938.png)