କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତ ର ରାଇସୁଳ କିଆଖାଳି ଗାଁରେ ଆଜି ଭୋର ଚାରିଟା ସମୟରେ ନାକୀଚୁଆ ଜଙ୍ଗଲ ରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲ ରୁ ଗୋଟେ ମାଈ ହାତୀ ଟି ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି, ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ଙ୍କ ସୂଚନା ମୁତାବକ ମାଈହାତୀଟି ର ବୟସ ଛଅ ରୁ ସାତ ବର୍ଷ ଥିବାବେଳେ ଆଜି ଭୋର ଚାରିଟା ରୁ ପାଞ୍ଚଟା ସମୟରେ ବିଦ୍ୟୁତତାର ରେ ଝଟକା ଖାଇ ଜଣକ ବାଡ଼ିରେ ହାତୀଟି ମରି ପଡିଥିଲା।ତେବେ ଘଟଣାସ୍ଥଳରେ ବର୍ତ୍ତମାନ ଫୋରେଷ୍ଟର ଅଶୋକ ମାଜି ଏବଂ ରେଞ୍ଜର ଘନଶ୍ୟାମ ସିଂ ଥିବାବେଳେ ଜିଲ୍ଲା ବନ ଅଧିକାରୀ ଏ ଉମା ମହେଶ ଏବଂ ଏସ ସିଏଫ ରବିନାରାୟଣ ମହାନ୍ତି ଘଟଣାସ୍ଥଳକୁ ଆସୁଥିବାର ଶ୍ରୀ ସିଂ ସୂଚନା ଦେଇଛନ୍ତି।
ହାତୀଙ୍କ ପାଇଁ କାଳ ହେଉଛି ବିଦ୍ୟୁତ୍ ତାର । ମୟୁରଭଞ୍ଜ ନାକିଚୁଆ ଠାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଇହାତୀର ମୃତ୍ୟୁ
/kanak/media/post_attachments/wp-content/uploads/2024/07/6-16.jpg)