କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢାଉ । ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ । ପୋଲିସ ପୂର୍ବରୁ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ରେ ସାମିଲ ହୋଇଥିଲେ । ଚଢ଼ାଉ ସମୟରେ ଘରେ ବହୁ ଗୁପ୍ତ ଭାବରେ ଏକ କାଠ ସୋକେସ୍ ଭିତରେ ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିଲା ।
ପୁଲିସ ପ୍ରାୟ ୫ଶହରୁ ଅଧିକ ଗୁଳି ସହ ୭ଟି ବନ୍ଧୁକ ଜବତ କରିଛି । ଏହି ସ୍ଥାନ ବ୍ୟତୀତ ଅନ୍ୟ ତିନିଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଛି । ଡି ବ୍ରଦର୍ସ ଘରେ ଏକ ବଡ ଧରଣ ଚଢଉ ଚାଲୁଥିବା ବେଳେ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ତେବେ ଏତ ପରିମାଣର ଗୁଳି, ବନ୍ଧୁକ କିଏ ଯୋଗାଉଥିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ଡି ବ୍ରଦର୍ସଙ୍କ ଆଉ କିଛି ସହଯୋଗୀ ଏଥିରେ ସାମିଲ ଥିବା ନେଇ ସନ୍ଦେହ ପ୍ରକାଶ କରୁଛି କମିଶନରେଟ ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/6-15.jpg)