କନକ ବ୍ୟୁରୋ: ଜ୍ଞାନ ବିକାଶ ଶିକ୍ଷାନୁଷ୍ଠାନର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅନୁଷ୍ଠାନର କୃତୀ ନିଟ୍ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । କୃତୀ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନାମ ଲେଖାଇଛନ୍ତି । ନିଟ ପରୀବାରେ ନିବେଦିତା ମହାପାତ୍ର ୭୨୦ ରୁ ୬୭୮ ନମ୍ବର ରଖି ପ୍ରଥମ ସ୍ଥାନ ରେ ଅନୁଷ୍ଠାନର ଟପର ହୋଇଛନନ୍ତି । ନିବେଦିତାଙ୍କୁ ଜ୍ଞାନ ବିକାଶର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମୟୂରୀ ପ୍ରିୟଦର୍ଶିନୀ ସମ୍ମାନିତ କରିଛନ୍ତି । ନିବେଦିତା ବର୍ତ୍ତମାନ ଏମସରେ ଅଧ୍ୟୟନ କରୁଛନ୍ତି । ଏହି ସମାରୋହରେ ଏ କେ ସିହ୍ନା (ଆଇଜି କ୍ରାଇମବ୍ରାଞ୍ଚ କଟକ) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମାର୍ଗଦର୍ଶନ କରିଥିଲେ।
ସେହିଭଳି ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକାଶ କୁମାର ସିଂ କହିଥିଲେ ନିଟ୍ ୨୦୨୨ରେ ଅନୁଷ୍ଠାନର ୩୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇ ବିଭନ୍ନ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି । ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସଠିକ ମାର୍ଗଦର୍ଶନ ଦିଆଯାଉଛି । ଉତ୍ସବରେ ରଶ୍ମି ସିହ୍ନା, ଡକ୍ଟର ମୋହିତ ଅତିଥି ଭାବେ ଯୋଗ ଦେଇଥିଲେ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଷ୍ଟୁଡେଣ୍ଟ ଅଫ୍ ଦି ଇୟର ପୁରସ୍କାର ଇପ୍ସିତା ଦାସ,ଦିତୀୟ ପୁରସ୍କାର ଦୀନେଶ ବେହେରା ଓ ଅଭିପ୍ସା ବରାଳ ମିଳିତ ଭାବରେ ଏବଂ ତୃତୀୟ ସ୍ଥାନରେ ରିତିକ୍ ରଞ୍ଜନ ରଥ ପୁରସ୍କୃତ ହୋଇଛନ୍ତି । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମୟୂରୀ ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
Follow Us