କନକ ବ୍ୟୁରୋ: ଜୟଦେବ ଭବନ ଠାରେ "ଚପଳା ଫାଉଣ୍ଡେସନ" ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଯାଇଛି "ମାନବ ବନ୍ଧୁ ସମ୍ମାନ" କାର୍ଯ୍ୟକ୍ରମ । ଏହି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସାମନ୍ତରାୟ, ପ୍ରତିଦିନ ସମ୍ପାଦକ ସୁଧୀର କୁମାର ପଣ୍ଡା, ସେଣ୍ଟ ଜାଭିଅର ସ୍କୁଲ ଅଧ୍ୟକ୍ଷା ରଞ୍ଜିତା ମଲ୍ଲ, ସତ୍ୟ ନଗର ସ୍ଥିତ ସେନ୍ଟ ଜାଭିଅର ସ୍କୁଲର ଅଧ୍ୟକ୍ଷା ରାଜଲକ୍ଷ୍ମୀ ସ୍ୱାଇଁ ଏବଂ ବଲିଉଡ ଅଭିନେତ୍ରୀ ରିୟାନା ଶୁକ୍ଲା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପରେ ପରେ ଚପଳା ଫାଉଣ୍ଡେସନର ଅଧ୍ୟକ୍ଷା ଚପଳା ଜେନା ଅଭିଭାଷଣ ରଖି ଅନୁଷ୍ଠାନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

Advertisment

ଚପଳା ଫାଉଣ୍ଡେସନ ସ୍ବେଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ସମାଜ ପାଇଁ କାମ କରିବାକୁ ଆଗେଇ ଆସିଛି । ସାଧାରଣତଃ ଅନେକ ଅନୁଷ୍ଠାନ ଗୋଟିଏ କାମ ଉପରେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ଚପଳା ଫାଉଣ୍ଡେସନ ଦୁଇଟି ସେବାକୁ ସମାନ ଭାବେ ଗୁରୁତ୍ୱ ଦେଇ ଆଗକୁ ବଢିବା ପାଇଁ ଅଣ୍ଟା ଭିଡିଛି । ଅନୁଷ୍ଠାନର ପ୍ରଥମ ସେଗମେଣ୍ଟର କାମ ହେଉଛି ମଧ୍ୟବିତ୍ତ ପରିବାରର ପିଲାମାନଙ୍କ ପାଇଁ "ନେତାଜୀ ଛାତ୍ର ବୃତ୍ତି" ଯୋଜନା ଏବଂ ଦ୍ଵିତୀୟ ଟି "ଭାଇ" । ଅନେକ ମଧ୍ୟବିତ୍ତ ଶ୍ରେଣୀର ଅଭିଭାବକଙ୍କ ପିଲାମାନେ ସ୍କୁଲରେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ଏପରିକି ପିଲାମାନଙ୍କ ଅଭିଭାବକମାନଙ୍କୁ ଅପମାନିତ ହେବାକୁ ପଡୁଛି । ଅଙ୍ଗେ ନିଭେଇଥିବା ଅନୁଭୂତିକୁ ନେଇ କେତେ ଜଣ ଅଭିଭାବକ ଆଜି ଏପରି ଏକ ସେବାର ପରିକଳ୍ପନା କରିଛନ୍ତି ।

publive-image

ବର୍ତ୍ତମାନ ଭୁବନେଶ୍ୱରର ୨୦ ଜଣଙ୍କୁ "ନେତାଜୀ ଛାତ୍ର ବୃତ୍ତି" ଦେବାକୁ ସ୍ଥିର କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ଲାଗୁହେବ ବୋଲି ଅନୁଷ୍ଠାନର ଯୋଜନା ଅଛି । ଯାହା ଦ୍ୱାରା ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ କିମ୍ବା ଅଭିଭାବକ ସ୍କୁଲ ଫିସ ନଦେଇ ଲୋକଲଜ୍ଜା ହେବେ ନାହିଁ । ଦ୍ଵିତୀୟ ସେଗମେଣ୍ଟ "ଭାଇ" ଦ୍ୱାରା ମହିଳାମାନେ ବିଳମ୍ବିତ ରାତ୍ରୀରେ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଯାହା ରାତି ୧୧ ଟାରୁ ସକାଳ ୫ ଟା ପର୍ୟ୍ୟନ୍ତ ସେବା ଲାଗୁ ହେବ । ଏସବୁ ସେବାକୁ ଜଣେ ଜଣେ ଅନୁଭବୀ ହିଁ ପରିକଳ୍ପନା କରିପାରନ୍ତି କ୍ଷ ତେଣୁ ଚପଳା ଫାଉଣ୍ଡେସନ ର ଅଧ୍ୟକ୍ଷା ଚପଳା ଜେନା ଏବଂ ସଭ୍ୟମାନେ ସମାଜ ପାଇଁ ଏପରି ଏକ ଯୋଜନା ପରିକଳ୍ପନା କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଉଚ୍ଚ ପ୍ରଶଂସନୀୟ ।

ତେବେ "ଭାଇ" ର ସାହାଯ୍ୟ ପାଇଁ ଏକ ହ୍ଵାଟ୍ସଆପ୍ ନମ୍ବର ୯୭୭୭୨୭୭୪୧୬ ଜାରି କରିଛନ୍ତି ଯାହା ୧୫ ମାର୍ଚ୍ଚ ରାତି ୧୧ ରୁ ସୁବିଧା ଉପଲବ୍ଧ ହେବ ବୋଲି ଚପଳା ଫାଉଣ୍ଡେସନ ର ଅଧ୍ୟକ୍ଷା କହିଛନ୍ତି । ବିଭିନ୍ନ କ୍ଷେତ୍ରରେ ମାନବ ସେବାରେ ନିଜକୁ ନିୟୋଜିତ କରିଥିବା ୧୫ ଜଣଙ୍କୁ "ମାନବ ବନ୍ଧୁ ସମ୍ମାନ" ରେ ଅନୁଷ୍ଠାନ ସମ୍ମାନିତ କରିଥିଲେ । ତନ୍ମଧ୍ୟରୁ ଟ୍ରାନ୍ସଜେଣ୍ଡର ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର 'ଟି' ର ନିର୍ଦ୍ଦେଶକ ଜିତେଶ କୁମାର ପରିଡା ତଥା ଟିମ ଏବଂ ମନସ୍କ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମାନସ ସାହୁ ଏବଂ ଟିମ ସହିତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ସମ୍ମାନିତ ହୋଇଥିଲେ ।