ପୁତ୍ରହନ୍ତା ବାପା,ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ : ଖଣିରୁ ପରିବହନକୁ କେନ୍ଦ୍ର କରି ହୋଇଥିଲା ହତ୍ୟା

118

କନକ ବ୍ୟୁରୋ: ପୁତ୍ରହନ୍ତା ପିତା ଓ ସାବତ ମାଆକୁ ଆଜୀବନ କାରାଦଣ୍ଡାଦେଶ । ସାବତ ଭାଇକୁ ବର୍ଷର ସଜା ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ବାମେବାରୀ ଥାନା ବଳଭଦ୍ରପୁର ଗାଁର ନାରାୟଣ ମହାନ୍ତ, ନିଜ ତୃତୀୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତଙ୍କୁ ପଥରରେ ଛେତି ନୃଶଂସ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ତାଙ୍କୁ ସହଯୋଗ କରିଥିଲେ ତଶଙ୍କ ପ୍ରଥମ ପତ୍ନି ମାଳତି ମହାନ୍ତ ଓ ଦ୍ୱିତୀୟ ପତ୍ନିଙ୍କ ପୁଅ ଗୌତମ ମହାନ୍ତ । ୨୦୧୯ ମସିହା ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟା ସମୟରେ ଖଣିରୁ ପରିବହନକୁ କେନ୍ଦ୍ର କରି ବାପା, ସାବତ ମା ଓ ସାବତ ଭାଇ ୩ଣ ମିଶି ପିତାମ୍ବର ସହିତ କଳି କରିଥିଲେ । ତାପରେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ମୃତକଙ୍କ ଭାଉଜ ସୁଷମା ମହାନ୍ତ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ୮ଜଣ ସାକ୍ଷ୍ୟଙ୍କ ବୟାନ ଆଧାରରେ ନାରାୟଣ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।