କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜେଡି ଓ ବିଜେପିର ୩୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା । ତେବେ ଏଥର ବିଜେଡି ତାଲିକାରୁ ବାଦ ପଡିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନ୍ୟପଟେ ବିଜେପି ତାଲିକାରେ କେବଳ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ଛାଡିଲେ ଆଉ କୌଣସି ମନ୍ତ୍ରୀଙ୍କ ନାଁ ନାହିଁ ।
ସେପଟେ, ଗତକାଲି ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା ହୋଇଛି ୩୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା । ଏହି ତାଲିକାରେ ଓଡିଶା କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୁକିମ୍, ଚିରଞ୍ଜିବ ବିଶ୍ୱାଳ, ରଞ୍ଜିବ ବିଶ୍ୱାଳଙ୍କ ନା ରହିଛି ।
ବିଜେଡିର ତାରକା ପ୍ରଚାରକ ତାଲିକାରୁ ଅନୁଭବ ଆଉଟ୍ : ତାଲିକାରେ ଆକାଶ, ଅରିନ୍ଦମ ଓ କୁନା ତ୍ରିପାଠୀ, ହେଲେ ନାହାଁନ୍ତି କେନ୍ଦ୍ରପଡ଼ା ସାଂସଦ; ଏପଟେ ବିଜେପି ତାଲିକାରେ ନାହାଁନ୍ତି କେନ୍ଦ୍ରୀୟ ନେତା, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ହିଁ ପ୍ରଚାର ପାଇଁ ଭରସା
Advertisment
Follow Us