ଜେଟ୍ ଏୟାରୱେଜକୁ ସହାୟତା ନମିଳିବା ନେଇ ଦୁଃଖ ପ୍ରକାଶ କଲେ ମାଲ୍ୟା : ପୁଣି ଥରେ ଦୋହରାଇଲେ ନିଜ ପ୍ରସ୍ତାବ

178

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ନିଜ ଏୟାରଲାଇନ୍ସର ଅବସ୍ଥାରେ ବହୁତ ଦୁଃଖିତ ଅଛନ୍ତି । ଏହି କାରଣରୁ ମାଲ୍ୟା ତରଫରୁ ଜେଟ୍ ଏୟାରୱେଜକୁ ବଂଚାଇବା ପାଇଁ ବ୍ୟାଙ୍କଗୁଡିକୁ ଅପିଲ କରାଯାଉଛି । ମାଲ୍ୟା ଏବେ ଆର୍ଥିକ ସଂକଟରେ ଥିବା ଜେଟ୍ ଏୟାରୱେଜକୁ ସହାୟତା ନମିଳିବା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ବିଜୟ ମାଲ୍ୟା ବୁଧବାର ଦିନ ନିଜର ଟ୍ୱିଟରରୁ ଲଗାତାର ୪ଟି ଟ୍ୱିଟ୍ କରି କହିଛନ୍ତି କି, “ମୁଁ ନିଜ ପ୍ରସ୍ତାବକୁ ପୁଣି ଥରେ ଦୋହରାଉଛି କି ବ୍ୟାଙ୍କ ଗୁଡିକର ସବୁ କରଜ ଶୁଝି ଦେବି । କିନ୍ତୁ ବ୍ୟାଙ୍କ ଓ ସରକାର ଜେଟ୍ ଏୟାରୱେଜର ସହାୟତା କାହିଁକି କରୁନାହାଁନ୍ତି । ମୁଁ ଲଣ୍ଡନରେ ଅବା ଭାରତୀୟ ଜେଲ, ଯେଉଁଠି ଥିଲେ ବି ଟଙ୍କା ଫେରାଇବାକୁ ପ୍ରସ୍ତୁତ ଅଛି ।”

ସେ ଟ୍ୱିଟ୍ କରି ଆହୁରି କହିଛନ୍ତି କି, “ମୁଁ କିଙ୍ଗଫିସରରେ ବହୁତ ନିବେଶ କରିଛି । ଯଦ୍ୱାରା ତାହା ଭାରତର ସବୁଠାରୁ ବଡ ଓ ସର୍ବାଧିକ ଆୱାର୍ଡ ଜିତିଥିବା ଏୟାରଲାଇନ୍ସ ବନିଯାଇଛି । ଏମିତି କରିବା ପାଇଁ କିଙ୍ଗଫିସର ସରକାରୀ ବ୍ୟାଙ୍କଗୁଡିକ ଠାରୁ ଋଣ ନେଇଛି । କିନ୍ତୁ ଏହା ବଦଳରେ ମୋତେ ଅପରାଧୀ ଘୋଷିତ କରିଦିଆଯାଇଛି ।”