କନକ ବ୍ୟୁରୋ : ଫାଡା ବା ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ଜାରି କରିଥିବା ରିପୋର୍ଟ ମୁତାବକ ଡିସେମ୍ବର ମାସରେ ଅଟୋମୋବାଇଲ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ସମସ୍ତ ସେଗମେଣ୍ଟରେ ମଜବୁତ୍ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ୨ ଚକିଆ ଯାନ ବିକ୍ରି ଡିସେମ୍ବର ମାସରେ ୨୮ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ୩ ଚକିଆ ଯାନର ବିକ୍ରି ୩୬ ପ୍ରତିଶତ ବୃଦ୍ଧି ପାଇଛି । ଏହା ବ୍ୟତୀତ ଟ୍ରାକ୍ଟର ଓ କମର୍ସିଆଲ ଗାହି ବିକ୍ରି କ୍ରମଶ ୦.୨ ପ୍ରତିିଶତ ଓ ୧.୩ ପ୍ରତିଶତ ବୃଦ୍ଧି ପାଇଛି ।

Advertisment

୨ ଚକିଆ ଗାଡି ଅଧିକ ବିକ୍ରିର କାରଣ ମଧ୍ୟରୁ ଅଧିକ ସଂଖ୍ୟାରେ ବିବାହ ଓ କୃଷକଙ୍କୁ ସେମାନଙ୍କ ଶଷ୍ୟର ମୂଲ୍ୟ ଉଚିତ ସମୟରେ ହେଉଛି । ଏହାଦ୍ୱାରା ଲୋକମାନଙ୍କର କ୍ରୟକ୍ଷମତା ବୃଦ୍ଧି ପାଇଛି ।
ଫାଡାର   ମୁଖ୍ୟ ମନୀଷ ରାଜ ସିଂଘାନିଆ କହିଛନ୍ତି କି, ବିଶେଷ ଭାବେ କମର୍ସିଆଲ ଗାଡି ବିକ୍ରି ବଢିଛି । କାରଣ ଦେଶରେ ଶିଳ୍ପର ବିକାଶ ଓ ଶିଳ୍ପ ଭିତ୍ତିଭୂମିର ବିକାଶ କାରଣରୁ ଛୋଟ ବଡ କମର୍ସିଆଲ ଗାଡିଗୁଡିକର ବିକ୍ରି ବୃଦ୍ଧି ପାଇଛି ।