କନକ ବ୍ୟୁରୋ: ବେଙ୍ଗାଲୁରୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆବାସ ସାମ୍ନାରେ ରହୁଥିବା ଜଣେ ବୃଦ୍ଧ ଦମ୍ପତ୍ତି ସିଏମଙ୍କ କାରକୁ ରୋକିଦେଇଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଲଗାତର ଆସୁଥିବା ଲୋକଙ୍କ କାରଣରୁ ହେଉଥିବା ପାର୍କିଂ ସମସ୍ୟା ବାବଦରେ ତାଙ୍କୁ ଅବଗତ କରାଇବା ।

Advertisment

ମୁଖ୍ୟମନ୍ତ୍ରୀ ନିଜ ଘରୁ ଦପ୍ତର ଅଭିମୁଖେ ବାହାରିଥିଲେ । ଏହି ସମୟରେ ନରୋତ୍ତମ ନାମକ ଜଣେ ବ୍ୟକ୍ତି ନିଜ ଗାଡି ରାସ୍ତା ମଝିରେ ଗାଡି ଅଟକାଇଦେଇଥିଲେ । ସେ କହିଥିଲେ ଏହିଭଳି ଭାବେ ପାର୍କିଂ ଯୋଗୁ ସମସ୍ୟା ହେଉଛି ଆମେ ଏହାକୁ ଆଉ ସହିପାରିବୁ ନାହିଁ ।

ନରୋତ୍ତମ ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ଆବାସ ସାମ୍ନାରେ ରହିଥାନ୍ତି । ନିଜେ ସେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ନିଜର ଅଭିଯୋଗ ରଖିଛନ୍ତି । ସେ ନିଜର ଅସନ୍ତୋଷରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତି ମନଇଚ୍ଛା ପାର୍କିଂ କରିଦେଉଛନ୍ତି । ଏହି କାରଣରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନେକ ଅସୁବିଧାର ସାମ୍ନାକରିବାକୁ ପଡୁଛି । ନିଜର ଗାଡିକୁ ସେମାନେ ବାହାର କରିବାକୁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଗତ ୫ ବର୍ଷଧରି ଲଗାତର ସେମାନେ ଏହି ସମସ୍ୟା ସହିଆସୁଥିବା ଅଭିଯୋଗ କରିଛନ୍ତି ।