କନକ ବ୍ୟୁରୋ: ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫେବୃଆରୀ ମାସ ପାଇଁ ଘୋଷଣା କରିଛି ନୂଆ ଗାଇଡଲାଇନ୍ । ଏହି କଟକଣା ଫେବୃଆରୀ ପହିଲାରୁ ଆରମ୍ଭ ହୋଇ ଏହି ମାସର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଗାଇଡଲାଇନରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଏଥିସହ କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ । ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ଅଧିକାରୀମାନେ କଣ୍ଟେନମେଣ୍ଟ ଜୋନ୍ ନେଇ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ ବାଦ୍ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାମ ଏସଓପି ଅନୁଯାୟୀ ଜାରି ରହିବ । ତା ସହ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ପାଇଁ ମଧ୍ୟ ନୂଆ ଏସଓପି ଜାରି କରା ଯିବ ବୋଲି କୁହାଯାଇଛି । ସେହିପରି ସମସ୍ତ ପ୍ରକାରର ପ୍ରଦର୍ଶନୀ ହଲ୍ ମଧ୍ୟ ଗୃହ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଖୋଲିପାରିବ ।
ଅନ୍ୟପଟେ ରାଜ୍ୟ –ରାଜ୍ୟ ଭିତରେ କିମ୍ବା ରାଜ୍ୟ ଭିତରେ ସମସ୍ତ ପ୍ରକାରର ଆତ ଯାତକୁ କଟକଣାମୁକ୍ତ କରାଯାଇଛିା ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ସହକାରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ବି ଗାଇଡଲାଇନକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/20-31.jpg)