କନକ ବ୍ୟୁରୋ : ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଅନେକ ପ୍ରୟାସ କରୁଛନ୍ତି । ଚାଲୁଛି ଭୋଜି ଭାତର ଆସର । ବିଭିନ୍ନ ଗାଁରେ ଭୋଟରଙ୍କୁ ମନାଇବାକୁ ପ୍ରାର୍ଥୀମାନେ ଭୋଜି କରି ଖାଇବାକୁ ଦେଉଛନ୍ତି । ଅସ୍ତରଙ୍ଗରେ ଭୋଟରଙ୍କୁ ପରଶା ଯାଉଛି ବଗଡା ଅନ୍ନ ସହ ଘାଂଟ ତରକାରୀ ।

Advertisment

ସେପଟେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଗାମୀ ୨୪ ତାରିଖରେ ମହାକାଳପଡା ନିର୍ବାଚନ ମଣ୍ଡଳିର ୫ଟି ଜିଲ୍ଲାପରିଷଦ ଜୋନ ଏବଂ ୩୧ଟି ପଂଚାୟତରେ ଭୋଟ ପଡିବ । ମତଦାନ ତାରିଖ ପାଖେଇ ଆସୁଥିବାରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବିଧାୟକ । ରୋଡ ସୋ ଏବଂ ନିର୍ବାଚନ ସଭାର ଆୟୋଜନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ନବୀନ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାକୁ ଆଧାର କରି ଲୋକଙ୍କ ପାଖକୁ ଯାଉଛନ୍ତି ବିଜେଡି ପ୍ରାର୍ଥୀ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ନିଆଳି ବ୍ଲକର ୨୦ ନମ୍ବର ଜୋନ ଜିଲ୍ଳାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସୁର । ଏକ ବିଶାଳ ରାଲି କରି ନୂଆଗାଁରୁ ବାହାରି ନିଆଳି ବଜାର ଦେଇ ବିଭିନ୍ନ ପଂଚାୟତ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି  । ବରିଷ୍ଠ ନେତା ପଂଚାନନ କାନୁନଗୋଙ୍କ ସମେତ ଦଳର ବହୁ ନେତା ଏହି ପ୍ରଚାରରେ ସାମିଲ ହୋଇଥିଲେ । ନେତାମାନେ ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।