ଲମ୍ପି ଭାଇରସକୁ ନେଇ ବଢ଼ିଲା ଭୟ। ୧୪ଟି ଜିଲ୍ଲାକୁ ସତର୍କ କଲା ପ୍ରାଣୀ ସମ୍ପଦ ବିଭାଗ। 

Advertisment
ଲମ୍ପି ଭାଇରସକୁ ନେଇ ବଢ଼ିଲା ଭୟ। ୧୪ଟି ଜିଲ୍ଲାକୁ ସତର୍କ କଲା ପ୍ରାଣୀ ସମ୍ପଦ ବିଭାଗ। 

କନକ ବ୍ୟୁରୋ:  ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ଲମ୍ପି ସ୍କିନ୍ ଡିଜିଜ୍ ଆତଙ୍କ ସୃଷ୍ଟି ହେବା ପରେ ସତର୍କ ହୋଇଛି ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ । ଏନେଇ ରାଜ୍ୟର ୧୪ଟି ଜିଲ୍ଲାକୁ ସତର୍କ କରିଛନ୍ତି ପ୍ରାଣୀ ସମ୍ପଦ ବିଭାଗର ସଚିବ ଅରବିନ୍ଦ ପାଢୀ । ବାଲେଶ୍ୱର, ଝାରସୁଗୁଡା, କେନ୍ଦୁଝର, ମୟୁତଭଞ୍ଜ, ନବରଙ୍ଗପୁର, ରାୟଗଡା, ଗଂଜାମ, ଗଜପତି, ନୂଆପଡା, ସୁନ୍ଦରଗଡ, ବରଗଡ, ସମେତ କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାର ମୁଖ୍ୟ ଭେଟେନାରୀ ଅଫିସରଙ୍କୁ ଚିଠି ଲେଖିଛନ୍ତି ।

ଲମ୍ପି ସ୍କିନ୍ ଡିଜିଜ୍ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ପ୍ରାଣୀ ସମ୍ପଦ ବିଭାଗ ।

ସୀମାନ୍ତ ଜିଲ୍ଲାର ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଆବଶ୍ୟକ ପରିମାଣର ଓøଷଧ ମହଜୁଦ ରଖିବାକୁ କୁହାଯାଇଛି

ଅନ୍ତଃରାଜ୍ୟ ଗୋରୁ-ମଇଁଷି ପରିବହନ ଉପରେ କଟକଣା

ଗୁହାଳ ବିଶୋଧନ କରିବା ସହ ଆକ୍ରାନ୍ତ ଗାଈ-ଗୋରୁଙ୍କୁ ପୃଥକ ରଖିବାକୁ କୁହାଯାଇଛି

ଅନ୍ୟ ପଶୁଙ୍କ ନମୁନା ପରୀକ୍ଷା କରିବାକୁ ପରାମର୍ଶ

ନଜର ପକାଇବା କେମିତି ହୋଇଥାଏ ଲମ୍ପି ସ୍କିନ୍ ଡିଜିଜ୍?

ଲମ୍ପି ଭାଇରସ୍ ଦ୍ୱାରା ଏହି ରୋଗ ହୋଇଥାଏ

ରକ୍ତ ଶୋଷୁଥିବା ଟିଙ୍କ, ଡାଆଁସ, ମଶା କାମୁଡିଲେ ଏହା ବ୍ୟାପିଥାଏ

ଆକ୍ରାନ୍ତ ଗାଈ ଗୋରୁଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟମାନେ ଆକ୍ରାନ୍ତ ହୋଇଥାନ୍ତି

ଏହି ଭୂତାଣୁ ଯୋଗୁଁ ଜ୍ୱର ହୁଏ, ଚର୍ମରେ ଗୋଲାକାର ବିଣ୍ଡି ଦେଖାଯାଏ

ନିମୋନିଆ ହେବା ସହ ଫୁସଫୁସ ସଂକ୍ରମିତ ହୁଏ

ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହୁଏ

ଆକ୍ରାନ୍ତ ଗାଈ-ଗୋରୁ ଖାଇବା ପିଇବା ବନ୍ଦ କରିଦିଅନ୍ତି

କ୍ଷୀର ଦେଉଥିବା ଗାଈ କ୍ଷୀର କମାଇ ଦେଇଥାନ୍ତି

ଗର୍ଭଧାରଣ କରିବାକୁ ସକ୍ଷମ ହୁଅନ୍ତି ନାହିଁ

ଲମ୍ପି ସ୍କିନ୍ ଡିଜିଜ୍ରେ ଯଦି ଗାଈ-ଗୋରୁ ଆକ୍ରାନ୍ତ ହୁଅନ୍ତି, ତେବେ ବହୁତ କ୍ଷତି ସହିଥାନ୍ତି ଚାଷୀ । ତେଣୁ ରୋଗ କିପରି ଅଧିକ ନବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେବାକୁ ସତର୍କ କରିଛନ୍ତି ସରକାର । ତେଣୁ ନିୟମିତ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୧୯ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ରୋଗ ଦେଖାଦେଇଥିଲା । ସେଥିରେ ୨୪ଟି ଜିଲ୍ଲାର ୫ ହଜାର ୭୦୦ରୁ ଅଧିକ ଗାଈ-ମଇଁଷି ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୧୭ଟି ଗାଈ ମରି ଯାଇଥିଲା । ୩ ବର୍ଷ ପରେ ପୁଣି ଫେରିଛି ଲମ୍ପି ସ୍କିନ୍ ଡିଜିଜ୍ ଫେରିଛି । ଆକ୍ରାନ୍ତ ଗାଈଙ୍କ କ୍ଷୀରରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହେଉଥିବାରୁ କ୍ଷୀରକୁ ଅଧିକ ସମୟ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe