କରୋନା ଭୟରେ ଶବକୁ ମିଳିଲାନି କାନ୍ଧ : କୋଣାର୍କର ମାଙ୍କଡ଼ଗୋରଡ଼ି ଗାଁରେ ଯୁବକଙ୍କର ମୃତ୍ୟୁ ପରେ ଛୁଇଁଲେନି ଗାଁ ଲୋକ; ଟ୍ରଲିରେ ଶ୍ମଶାନ ବୋହିନେଲେ ଏନଏସି କର୍ମଚାରୀ ଓ ସମ୍ପର୍କୀୟ

93

କନକ ବ୍ୟୁରୋ : କରୋନା ଭୟରେ ଶବକୁ ମିଳିଲାନି କାନ୍ଧ  । ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ  । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କୋଣାର୍କର ମାଙ୍କଡ଼ଗୋରଡ଼ି ଗାଁରୁ  । ଗାଁର ଜଣେ ୨୭ ବର୍ଷୀୟ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା  । ସମ୍ପୃକ୍ତ ଯୁବକ ଜଣକ ଜ୍ୱରରେ ପୀଡ଼ିତ ହୋଇ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକତ୍ସିତ ହେଉଥିଲେ  । ସେଠାରେ ତାଙ୍କର ମୃତ୍ୟୁ ଘଟିଲା  । ତେବେ କରୋନା ଭୟରେ ଗାଁର ଲୋକମାନେ ଶବକୁ କାନ୍ଧ ଦେଇ ନଥିଲେ  । ଶେଷରେ କୋଣାର୍କ ଏନଏସିର ଦୁଇ କର୍ମଚାରୀ ଓ ଦୁଇ ଜଣ ସମ୍ପର୍କୀୟ ପିପିଇ କିଟ୍ ପିନ୍ଧି ଟ୍ରଲିରେ ମୃତଦେହକୁ ଶ୍ମଶାନକୁ ନେଇଥିଲେ  ।