କରୋନା ଭୟରେ ଶବକୁ ମିଳିଲାନ ସମ୍ପର୍କୀୟଙ୍କ କାନ୍ଧ : ୭୫ ବର୍ଷିୟା ବୃଦ୍ଧାଙ୍କ ପଡିରହିଲା ମୃତଦେହ; ସଂରପଚ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ହେଲା ଅନ୍ତିମ ସଂସ୍କାର

ଗଞ୍ଜାମ କୁକୁଡାଖଣ୍ଡିରୁ ଆସିଲା ଚିତ୍ର

143

କନକ ବୁରୋ : ବୃଦ୍ଧାଙ୍କୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ସାହାହେଲେ ସଂରପଚ ଓ ସ୍ଥାନୀୟ ଯୁବକ । ଏଭଳି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଅଂଚଳରୁ । ଏଠାକାର ବୋରିଗାଁଓ ପଂଚାୟତ ଜାକରପଲ୍ଲୀ ଗାଁର ୭୫ ବର୍ଷିୟ ବୃଦ୍ଧା ଜି ବୁଡିଆତ୍ମାଙ୍କ ମୃତ୍ୟୁ ହୋଇଥିଲା । କରୋନା ଭୟରେ ସମ୍ପର୍କୀୟ କି ଘର ଲୋକେ କାନ୍ଧ ଦେବାକୁ ଆସିଲେନି । ଦୀର୍ଘ ସମୟ ଧରି ମୃତଦେହ ସେମିତି ପଡିଥିଲା । ଫଳରେ ସ୍ଥାନୀୟ ସଂରପଚ ଓ କିଛି ଯୁବତ ଅନ୍ତିମ ସଂସ୍କାର କରିଥିଲେ ।

ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟହ ଜ୍ବର, ଥଣ୍ଡା ,କାଶ ଆଦିରେ ଲୋକଙ୍କ ମୃତ୍ୟୁ ଘଟୁଛି। ଜ୍ବର, ଥଣ୍ଡା, କାଶରେ ଅଦ୍ୟାବଧି ଜିଲ୍ଲାରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁନାହିଁ । ଗତ କିଛି ଦିନ ତଳେ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ଏକ ଚିଠି ଲେଖି ଜିଲ୍ଲାରେ ଯେ କୌଣସି ମୃତ୍ୟୁ ଘଟିଲେ ଜିଲ୍ଲା ପ୍ରଶାସନ ନଜରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତି ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ରହିଛନ୍ତି । ପ୍ରତ୍ୟହ ଜିଲାରେ କେତେ ଜଣଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ଦ୍ବାରା ପ୍ରଶାସନ ତଥ୍ୟ ହାସଲ କରିପାରିବ । କିନ୍ତୁ ପ୍ରଶାସନ ବଦନାମ ହେବା ଭୟରେ ଜ୍ବର, ଥଣ୍ଡା ଓ କାଶ ଜନିତ ମୃତ୍ୟୁ ଲୁଚାଇଥିବା ଅଭିଯୋଗ ହେଉଛି ।