କନକ ବ୍ୟୁରୋ : ବର୍ଷ ବର୍ଷ ଧରି ବନ୍ୟା ପାଇଁ ହସ୍ତସନ୍ତ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଏକାଧିକ ଗାଁ । କୁଶଭଦ୍ରା ଏବଂ ଭାର୍ଗବୀ ନଦୀର ଜଳସ୍ତର ବଢ଼ିଲେ, ଧନୁଆ ନାଳ ବଢୁଛି ପାଣି । ଏହା ଯୋଗୁଁ ପ୍ରଭାବିତ ହେଉଛନ୍ତି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଳାର ପ୍ରାୟ ୪୦ଟି ପଂଚାୟତ । ବାରମ୍ବାର ଏହାର ସମାଧାନ ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।