କନକ ବ୍ୟୁରୋ : ଆଦିବାସୀ ଗାଁରେ ଅଜଣା ରୋଗ ଆତଙ୍କ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ସାନଟେକଗୁଡ଼ା ଗ୍ରାମରେ ଅଜଣା ରୋଗ ଆତଙ୍କ । ଏଥିରେ ୨ ମାସ ମଧ୍ୟରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ହେଲେ ଲୋକମାନେ ଡାକ୍ତରଖାନା ନଯାଇ ଗୁଣିଆ ପାଖରେ ଝଡାଫୁଙ୍କା କରୁଛନ୍ତି ।

Advertisment

ସାନଟେକଗୁଡ଼ା ଗ୍ରାମରେ ଆଦିବାସୀ ଜନଜାତିର ୫୨ଟି ପରିବାରର ଲୋକ ବସବାସ କରନ୍ତି । ଗ୍ରାମରେ ଅଜଣା ରୋଗରେ ଗତ ୨ମାସ ଭିତରେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତଥାପି ଲୋକମାନେ ସଚେତନ ହୋଇନାହାଁନ୍ତି । ଗାଁରେ ଯଦି କେହି ଅସୁସ୍ଥ ହୋଇପଡୁଛନ୍ତି ତେବେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନାକୁ ନନେଇ ଗୁଣିଆଙ୍କ ଦ୍ୱାରା ଝଡ଼ାଫୁକା କରୁଛନ୍ତି । ଏମିତି କି ରୋଗୀଙ୍କୁ ଜଣେ କ୍ୱାକଙ୍କ ଦ୍ୱାରା ରୋଗୀଙ୍କୁ ସାଲାଇନ ଦେଉଥିବାର ନଜରକୁ ଆସିଛି ।