ସ୍କୁଲରେ ଭୂତ ଭୟ ; ପାଠ ପଢ଼ିବାକୁ ଯାଉନାହାଁନ୍ତି ୬୪ ଜଣ ଛାତ୍ରଛାତ୍ରୀ, ମାଲକାନଗିରି ମାଥିଲିରେ ଆଶ୍ରମ

ସ୍କୁଲରେ ଭୂତ ଭୟ ; ପାଠ ପଢ଼ିବାକୁ ଯାଉନାହାଁନ୍ତି ୬୪ ଜଣ ଛାତ୍ରଛାତ୍ରୀ, ମାଲକାନଗିରି ମାଥିଲିରେ ଆଶ୍ରମ

କନକ ବ୍ୟରୋ: ଆଶ୍ରମ ସ୍କୁଲ ହଷ୍ଟେଲରେ ଭୂତ ଭୟ, ଛାତ୍ରୀଙ୍କ ମନରୁ ଭୟ ଦୂର କରିବାକୁ ରାତି ଅଧରେ ବସିଲା ଗାଁ ଲୋକଙ୍କ ବୈଠକ। ହଷ୍ଟେଲରୁ ଭୂତ ତଡିବାକୁ କରାଯିବ ପୂଜାପାଠ। ମାଲକାନଗିରି ଖଇରପୁଟ ବ୍ଲକ କଦମଗୁଡା ଆଶ୍ରମ ହଷ୍ଟେଲରେ ଭୂତ ଭୟ ଦେଖିବାକୁ ମିଳିଛି। ଭୂତ ଭୟ ଯୋଗୁଁ ୫ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡିଛି। ପରେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲର ମୋଟ ୬୫ ଜଣ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ବେଳେ ରାତି ଅଧରେ ଗ୍ରାମବାସୀଙ୍କ ପକ୍ଷରୁ ବୈଠକ ବସିଛି।

କଦମଗୁଡା ସରପଞ୍ଚଙ୍କ ନେତୃତ୍ୱରେ ବୈଠରେ ହଷ୍ଟେଲରୁ ଭୂତ ଭୟ ଛଡାଇବାକୁ ପୂଜାପାଠ କରାଇବା ନେଇ ନିଷ୍ପତି ହୋଇଛି। ତାନ୍ତ୍ରିକଙ୍କ ସହୟତାରେ ପୂଜା ପାଠ କରାଯିବା ପରେ ଛାତ୍ରୀ ମାନଙ୍କୁ ପୁଣିଥରେ ହଷ୍ଟେଲକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe