କନକ ବ୍ୟରୋ: ଆଶ୍ରମ ସ୍କୁଲ ହଷ୍ଟେଲରେ ଭୂତ ଭୟ, ଛାତ୍ରୀଙ୍କ ମନରୁ ଭୟ ଦୂର କରିବାକୁ ରାତି ଅଧରେ ବସିଲା ଗାଁ ଲୋକଙ୍କ ବୈଠକ। ହଷ୍ଟେଲରୁ ଭୂତ ତଡିବାକୁ କରାଯିବ ପୂଜାପାଠ। ମାଲକାନଗିରି ଖଇରପୁଟ ବ୍ଲକ କଦମଗୁଡା ଆଶ୍ରମ ହଷ୍ଟେଲରେ ଭୂତ ଭୟ ଦେଖିବାକୁ ମିଳିଛି। ଭୂତ ଭୟ ଯୋଗୁଁ ୫ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡିଛି। ପରେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲର ମୋଟ ୬୫ ଜଣ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ବେଳେ ରାତି ଅଧରେ ଗ୍ରାମବାସୀଙ୍କ ପକ୍ଷରୁ ବୈଠକ ବସିଛି।
କଦମଗୁଡା ସରପଞ୍ଚଙ୍କ ନେତୃତ୍ୱରେ ବୈଠରେ ହଷ୍ଟେଲରୁ ଭୂତ ଭୟ ଛଡାଇବାକୁ ପୂଜାପାଠ କରାଇବା ନେଇ ନିଷ୍ପତି ହୋଇଛି। ତାନ୍ତ୍ରିକଙ୍କ ସହୟତାରେ ପୂଜା ପାଠ କରାଯିବା ପରେ ଛାତ୍ରୀ ମାନଙ୍କୁ ପୁଣିଥରେ ହଷ୍ଟେଲକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି।