ସାରା ବିଶ୍ୱରେ ଓମିକ୍ରନ ଖେଳାଇଛି ଆତଙ୍କ । ନୂଆ ରୂପରେ କରୋନାର ପୁରୁଣା ଭୟ ।

167

କନକ ବ୍ୟୁରୋ: ସନ୍ଦେହକୁ ନେଇ ସାଂଘାତିକ ଡର । ନୂଆ ରୂପରେ କରୋନାର ପୁରୁଣା ଭୟ । ଏହି ଓମିକ୍ରନ ଭାଇରସ ପ୍ରକୃତରେ କେତେ ମାରାତ୍ମକ, ତାହା ଜାଣିବା ପୂର୍ବରୁ ସାରା ବିଶ୍ୱରେ ଡର ଖେଳି ଯାଇଛି । ଏକ ଡଜନରୁ ଅଧିକ ଦେଶ ନିଜ ସୀମାରେ ପ୍ରବେଶ ନେଇ କଟକଣା ଲାଗୁ କରିଛନ୍ତି । ଏହି ଭାରିଆଂଟ ଜନ୍ମ ନେଇଥିବା ଦକ୍ଷିଣ ଆଫ୍ରିକୀୟ ଦେଶ ଉପରେ ମୁଖ୍ୟତଃ ଏସବୁ କଟକଣା ଲାଗୁ ହୋଇଛି । ଫଳରେ ପୁଣିଥରେ କରୋନାକୁ ନେଇ ଗତ ୨ ବର୍ଷ ଧରି ଲାଗି ରହିଥିବା ଭୟ, ନୂଆ କରି ବଡ ରୂପରେ ସାମ୍ନାକୁ ଆସିଛି ।

ସେପଟେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ ରାଜୀବ ଭୂଷଣ ବୈଠକ କରି ଓମିକ୍ରନ ମୁକାବିଲା ପାଇଁ ୬ ସୂତ୍ରୀ ଉପାୟ ବତାଇଛନ୍ତି ।

– କୋରନା ପରୀକ୍ଷା ଓ ଟିକାକରଣ ବୃଦ୍ଧି କରିବାକୁ ପରାମର୍ଶ

– ବିଦେଶ ଫେରନ୍ତା ଯାତ୍ରୀଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧ ସହ ସ୍ୱତନ୍ତ୍ର ନଜର ରଖ

– ସ୍ୱାସ୍ଥ୍ୟ ଭିତିଭୂମି, ଆଇସିୟୁ, ଭେଂଟିଲେଟର, ଓକ୍ସିଜେନ ବେଡ ପ୍ରସ୍ତୁତ ରଖ

– ଅବରୋଧ ଅଂଚଳ ପାଇଁ ପ୍ରସ୍ତୁତି ଓ ସବୁସ୍ତରରେ ନଜର ରଖିବାକୁ ନିର୍ଦ୍ଦେଶ

-କରୋନା ଚିହ୍ନଟ ହଟସ୍ପଟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କହିଛନ୍ତି କେନ୍ଦ୍ର ସରକାର

-ଏମର୍ଜେନ୍ସି ରେସନପନ୍ସ ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟଗୁଡିକୁ କୁହାଯାଇଛି

ମେରିଲାଣ୍ଡ ୟୁନିର୍ଭସିଟିର ସଂକ୍ରାମକ ରୋଗ ବିଭାଗର ମୁଖ୍ୟ, ଡାକ୍ତର ଫାହିମ ୟୁନୁସଙ୍କ ଏହି ଟୁଇଟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବୟାନ କରୁଛି । ଏହି ଚିତ୍ରଟି ହେଉଛି, ଡେଲଟା ଭାରିଆଂଟ ବିଷୟରେ ଜାଣିବା ବେଳକୁ, ଏହି ଭାରିଆଂଟ ଅନେକ ଆଗକୁ ମାଡି ଯାଇଥିଲା । କିନ୍ତୁ ଓମିକ୍ରନ କ୍ଷେତ୍ରରେ ସେଭଳି କିଛି ଲକ୍ଷ୍ୟ କରାଯାଇ ନାହିଁ । ଡାକ୍ତର ୟୁନୁସ କହିବା ପାଇଁ ଚାହିଁଛନ୍ତି,

ଡେଲଟା ଭୂତାଣୁ ଚିହ୍ନଟ ହେଲା ବେଳକୁ, ବିଶ୍ୱର ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇଥିଲେ ଓ ମୃତ୍ୟୁହାର ମଧ୍ୟ ବଢିଯାଇଥିଲା । ହେଲେ ଓମିକ୍ରନ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳୁ ନାହିଁ ।