କନକ ବ୍ୟୁରୋ : ଆମେରିକାରେ ଏବେ ୫ ରୁ ୧୧ ବର୍ଷର ପିଲାମାନଙ୍କୁ କରୋନା ଟିକା ଦିଆଯିବ । ଶନିବାର ଦିନ ଆମେରିକାର ଖାଦ୍ୟ ଓ ଔଷଧ ନିୟାମକ (ଏଫଡିଏ) ପିଲାମାନଙ୍କ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପିଫାଇଜର ବାୟୋଏନଟେକ ଟିକାକୁ ଏନେଇ ମଞ୍ଜୁରୀ ଦେଇଛନ୍ତି ଏଫଡିଏ ।
ଏଭଳି ଅନୁମତି ପାଇବା ପରେ ଫାଇଜର ପକ୍ଷରୁ କୁହାଯାଇଛି କି ଏହି ଟିକାର ଦୁଇଟି ଖୋରାକ ପିଲାମାନଙ୍କୁ ୨୧ ଦିନ ଅନ୍ତରରେ ଦିଆଯିବ । ଫାଇଜର କମ୍ପାନୀର ମୁଖ୍ୟ ସଂଯୋଜକ ଅଲବର୍ଟ ବୋଲା କହିଛନ୍ତି କି ‘ଆମେରିକାରେ ୬୦ ଲକ୍ଷରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇସାରିଛନ୍ତି, ଟିକାକରଣ ପରେ ପିଲାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦିଆଯାଇ ପାରିବ’
କହିରଖୁ କି ଏଫଡିଏ ଫାଇଜର ଟିକାକୁ ଅନୁମତି ଦେବା ପୂର୍ବରୁ ମଙ୍ଗଳବାର ଦିନ ଟିକାକୁ ନେଇ ବିସ୍ତୃତ ସୂଚନା ଆଦାୟ କରାଯିବ ଓ ଏହାପରେ ପିଲାମାନଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହେବ । ଏଫଡିଏର ମୁଖ୍ୟ ନିର୍ଦ୍ଦେଶକ ଡାକ୍ତର ପିଟର କହିଛନ୍ତି କି କରୋନା ମହାମାରୀ କାରଣରୁ କେବଳ ଆର୍ଥିକ କ୍ଷତି ନୁହେଁ ବରଂ ସମାଜ ପ୍ରତିଟି କ୍ଷେତ୍ରରେ କ୍ଷତିଗ୍ରସ୍ତ ହୋଇଛି । ଏହାସହ କରୋନା ମହାମାରୀ ପିଲାମାନଙ୍କର ଶାରିରୀକ ବିକାଶ ସହ ସାମାଜିକ ବିକାଶରେ ବି ବାଧକ ସୃଷ୍ଟି କରିଛି ।
Follow Us