କନକ ବ୍ୟୁରୋ : ଫୋନ ବର୍ତ୍ତମାନ ମଣିଷର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ବର୍ତ୍ତମାନ୍ ଏପରି ପରିସ୍ଥିତି ସୃଷ୍ଟି ହୋଇଯାଇଛିକି, ଜଣେ ବ୍ୟକ୍ତି ଖାଇବା ବିନା ଗୋଟେ ଦିନ ରହିଯାଇ ପାରେ କିନ୍ତୁ ବିନା ଫୋନରେ ଗୋଟେ ଦିନ ରହିବା ଏବେ ଅସମ୍ଭବ ହୋଇପଡିଛି । ଆଉ ଏଭଳି ପରିସ୍ଥିତିରେ ମଣିଷ କେଉଁଠି ନା କେଉଁଠି ଏକ ଭୁଲ କରିବସେ । ଯାହାର ଫାଇଦା ଉଠାଉଛନ୍ତି ସାଇବର୍ ଠକ ।
ଯଦି କୌଣସି ବ୍ୟକ୍ତି ବାହାରେ ଅଛନ୍ତି ଆଉ ତାଙ୍କ ପୋନରୁ ଚାର୍ଜ ସରିଯାଉଛି । ତେବେ ପୋନକୁ ଚାର୍ଜ ବସାଇବା ପାଇଁ ଲୋକେ ବାହାରେ କୌଣସି ଚାର୍ଜିଂ ପଏଣ୍ଟ୍ ବା ପବ୍ଲିକ୍ ଚାର୍ଜରରେ ଚାର୍ଜ କରିଦେଇଥାନ୍ତି । ଯେପରିକି ରେଲୱେ ଷ୍ଟେସନ୍, ବିମାନବନ୍ଦର, ହୋଟେଲ ଭଳି ସ୍ଥାନରେ ଚାର୍ଜ କରିବାଠୁ ବଞ୍ଚନ୍ତୁ । ଏପରି କରିବା ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି । ଆପଣଙ୍କ ଫୋନ୍ ହ୍ୟାକ୍ ହୋଇପାରେ କିମ୍ବା ଆପଣଙ୍କ ପୋନରେ ଥିବା ଗୁରୁତ୍ୱପୂର୍ଣ୍ଣ ଡାଟା ଅନ୍ୟ କାହା ହାତରେ ଲାଗିଯାଇପାରେ । ଯାହାକୁ ନେଇ ଏଫବିଆଇ ସତର୍କ କରିଛି । ଏଫବିଆ କହିଛି, ଯଦି ଆପଣଙ୍କ ପାଖରେ ଚାର୍ଜ ନାହିଁ ତେବେ ବାହାରେ ଲାଗିଥିବା କୌଣସି ପବ୍ଲିକ୍ ଚାର୍ଜରେ ଚାର୍ଜ ବସାନ୍ତୁ ନାହିଁ । କାହିଁକି ନା ପବ୍ଲିକ୍ ଚାର୍ଜର ହ୍ୟାକରମାନଙ୍କ ପାଇଁ ଏକ ଅସ୍ତ୍ର ସାଜିଛି । ଏଥିରେ ମ୍ୟାଲବେୟର ନାମକ ଏକ ଡିଭାଇଜ୍ ପ୍ଲଗ୍ କରିଦେଇଥାନ୍ତି । ଯାହା ସାହାଯ୍ୟରେ ଆପଣଙ୍କ ବ୍ୟକ୍ତିଗତ ଡାଟା ଏବଂ ଟଙ୍କା ଚୋରାଇ ନେଇଥାଏ ସାଇବର ଠକ ।

Advertisment

ହ୍ୟାକରଙ୍କ ଏହି ଉପାୟ ବେସ୍ ସହଜ । ଆଉ ଲୋକେ ବି ଫୋନ୍ ହ୍ୟାକ୍ ହେବାର କୌଣସି ସୁରାକ୍ ପାଇନଥାନ୍ତି । କିନ୍ତୁ ଏହିପରି କିଛି ଘଟଣା ସାମ୍ନାକୁ ଆସିବା ପରେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏଫବିଆଇ