ନବଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇ । କେନ୍ଦ୍ରର ଅନୁମତିକୁ ଅପେକ୍ଷା ।

ନବଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇ । କେନ୍ଦ୍ରର ଅନୁମତିକୁ ଅପେକ୍ଷା ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇର ବିଏୟୁ ବା ବିହେବିଏରାଲ ୟୁନିଟ୍ । ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ପରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା ରହିଛି । ସେପଟେ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ସ୍ତରରେ ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ ସହ ଯୋଗାଯୋଗ କରିବା ଆରମ୍ଭ ହୋଇଛି ।

ବର୍ତମାନ ସୁଦ୍ଧା ତଦନ୍ତର ସମସ୍ତ ରିପୋର୍ଟ, ବିଭିନ୍ନ ଟେଷ୍ଟ ରିପୋର୍ଟ, ଏଫଆଇଆର କପି ସହ ପ୍ରଥମେ ଗୃହମନ୍ତ୍ରାଳୟ ନିକଟକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ କ୍ରାଇମବ୍ରାଂଚ ଏକ ଟିମ୍ ମଧ୍ୟ ଗଠନ କରିବ । ଏହାପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏଫବିଆଇ ସହ ଯୋଗାଯୋଗ କରିବ । ତେବେ ମୁଖ୍ୟତଃ ଗୋପାଳର ଆଚରଣ ବିଶ୍ଲେଷଣ କରିବାରେ ଏଫବିଆଇ ସହାୟତା କରିବ ବୋଲି ଜଣାପଡିଛି । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଦୀର୍ଘ ଦିନ ଧରି କସରତ ଚଳାଇଛି କ୍ରାଇମବ୍ରାଂଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe