ପବଜୀ ପ୍ଲେୟାରଙ୍କ ପାଇଁ ଖୁସି ଖବର । ବ୍ୟାନ ପରେ ଆସିଲା ବିକଳ୍ପ… ଏବେ ମୋବାଇଲରେ ପବଜୀ ମଜା ଦେବ ଫୌଜୀ ଗେମିଂ ଆପ୍, ଖୁବଶୀଘ୍ର ଆସିବା ନେଇ ବଡ ଘୋଷଣା କଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର…

ପବଜୀ ଖେଳାଳୀଙ୍କ ପାଇଁ ଖୁସି ଖବର

488

କନକ ବ୍ୟୁରୋ: ପବଜୀ ଖେଳାଳୀଙ୍କ ପାଇଁ ଖୁସି ଖବର । ଏବେ ପବଜୀର ବିକଳ୍ପ ସାଜିବ ଫୌଜୀ । ଖୁବଶୀଘ୍ର ମୋବାଇଲକୁ ଆସିବ ଫୌଜୀ ଗେମିଂ ଆପ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଗେମ ପପଜୀର ସ୍ଥାନ ନେବ ଆଉ ଯୁବପିଢି ଏହାର ମଜା ଉଠାଇ ପାରିବେ । ତେବେ ଫୌଜୀ ଭଳି ଆକ୍ସନ ଗେମ୍ ଆଣିବା ନେଇ ଘୋଷଣା କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ନୂଆ ଗେମ ନେଇ ସୂଚନା ଦେବା ପରେ ପବଜୀ ଖେଳାଳୀଙ୍କ ମନରେ ଖୁସି ସଞ୍ଚାର କରିଛନ୍ତି ଖିଲାଡୀ ଷ୍ଟାର ।
ତେବେ ଭାରତରେ ଲୋକପ୍ରିୟ ଚାଇନା ଗେମ୍ ପବଜୀ ବ୍ୟାନ ହେବା ପରେ ନିରାଶ ହୋଇଥିଲେ କୋଟି କୋଟି ଯୁବପିଢି । ପବଜୀର ବିକଳ୍ପ କଣ ଖୋଜା ଚାଲିଥିବା ବେଳେ ଏହାରି ଭିତରେ ଫୌଜୀ ଗେମ କଥା ଘୋଷଣା କରିଛନ୍ତି ଅକ୍ଷୟ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନରେ ଅନୁପ୍ରାଣିତ ହୋଇ ଅକ୍ଷୟ ଫୌଜୀ ଅର୍ଥାତ ଫିୟରଲେସ୍ ଆଣ୍ଡ ୟୁନାଇଟେଡ୍ ଗାର୍ଡସ ଆକ୍ସନ ଗେମ୍ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଖେଳାଳୀ ମଜା ନେବା ସହ ଦେଶର ସହୀଦ ବୀର ଯବାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଜାଣିପାରିବେ । ଏବଂ ଗେମରୁ ହେଉଥିବା ଆୟରୁ ୨୦ ପ୍ରତିଶତ ଭାରତ କେ ବୀର ଟ୍ରଷ୍ଟକୁ ଦାନ କରାଯିବ ବୋଲି ଅକ୍ଷୟ କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେପଟେ ସୈତାନ ଚାଇନାକୁ ସାବାଡ କରିବାକୁ ବୁଧବାର ସନ୍ଧ୍ୟାରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଥିଲା ଭାରତ । ହାତରେ ନମାରି ଭାତରେ ମାରିବାକୁ ଚାଲୁ ଚାଇନା ଗାଲରେ ୧୧୮ ଚାପୁଡା ମାରିଥିଲା ଭାରତ । ଯେଉଁଥିରେ ପବଜୀ ଥିଲା ଶକ୍ତ ଚାପୁଡା । ଅର୍ଥାତ ଲୋକପ୍ରିୟ ଚାଇନା ଗେମ୍ ପବଜୀକୁ ଭାରତରେ ବ୍ୟାନ କରିଥିଲେ ସରକାର । ପବଜୀ ସହ ୧୧୮ ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇ ଧୋକେବାଜ୍ ଚୀନକୁ ଶକ୍ତ ଧକ୍କା ଦେଇଥିଲା ଭାରତ ।
ତେବେ ଟିକଟକ ପରେ ବପଜୀ ବ୍ୟାନକୁ ୟୁଜର୍ସ ସହଜରେ ଗ୍ରହଣ କରି ପାରିନଥିବା ବେଳେ ଦେଶ ପ।।ଇଁ, ସୀମାରେ ଲଢୁଥିବା ଯବାନଙ୍କ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ଭାରତର ୧୭ କୋଟିରୁ ଅଧିକ ପବଜୀପ୍ରେମୀ । ଆଉ ପବଜୀର ବିକଳ୍ପ ଖୋଜୁଥିବା ବେଳେ ବଲିଉଡ ଅଭିନେତା କରିଛନ୍ତି ବଡ ଘୋଷଣା । ଆଉ ଏବେ ସମସ୍ତଙ୍କ ନଜର ରହିଛି ଆସୁଥିବା ଆକ୍ସନ ଗେମ୍ ଫୌଜୀ ଉପରେ ।