ମାନସଦାସର ସାରଥୀ ଷ୍ଟ୍ରାଇଲ ! ମହିଳାଙ୍କ ପାଇଁ ଜାରି କରାଯାଇଥିଲା ଫତୁଆ, ବାହା ହେବେନି; ଶଙ୍ଖା, ସିନ୍ଦୁର ପିନ୍ଧିବେନି

ସାରଥୀଙ୍କ ଭଳି ଶହ ଶହ ଲୋକଙ୍କୁ ବସାଇ ପ୍ରବଚନ ଦେଉଥିଲା । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ । ମାନ୍ୟବର ବୋଲି ସମ୍ବୋଧନ କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ

334

କନକ ବ୍ୟୁରୋ : ବେଗୁନିଆରେ ଗୁଣ୍ଡାଗିରି କରୁଥିବା ମାନସ ଦାସର ସାରଥୀ ଷ୍ଟାଇଲ ଏବେ ଚର୍ଚ୍ଚାକୁ ଆସିଛି । ଶହ ଶହ ଲୋକଙ୍କୁ ବସାଇ ପ୍ରବଚନ ଦେଉଛି ମାନସ ଦାସ । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ତାକୁ ଗୁରୁଜୀ ବୋଲି ଲୋକେ ମାନିବେ ଏବଂ ମାନ୍ୟବର ବୋଲି ସମ୍ବଧୋନ କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲା । ସାରଥୀ ଯେମିତି ଲୋକଙ୍କୁ ବସାଇ ଭାଷଣ ଦେଉଥିଲେ ଏବଂ ତାଙ୍କ ଠାରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି ଲୋକଙ୍କ ଠାରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ ଠିକ୍ ସେହିଭଳି ମାନଓ ଦାସ ମଧ୍ୟ ନିଜ ପାଖରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଥିଲେ । କାରଣ ମାନସ ଜାଣିଥିଲା ଯେ ଏହି ବିଶ୍ୱାସ ଲୋକଙ୍କ ଠାରେ ଜନ୍ମାଇ ପାରିଲେ ତାକୁ ଲୋକେ ଠାକୁର ଭଳି ପୂଜା କରିବେ । ଆଉ ଯିଏ କଥା ମାନୁ ନ ଥିଲା ତା ଉପରେ ଭୟଙ୍କର ଅତ୍ୟାଚାର କରାଯାଉଥିଲା । ଏହି ଭିଡିଓ ଆପଣ ଦେଖିଥିବେ । ବାପା ଓ ପୁଅ ମାନବବାଦ ସଙ୍ଗଠନରେ ଯୋଗ ନ ଦେବାରୁ କେମିତି ମାଡ ମରାଯାଇଥିଲା ତାର ଦୃଶ୍ୟ ଭାଇରାଲ ହୋଇଛି । ଏବେ ଏହି ସାରଥୀ ଷ୍ଟାଇଲ ଚର୍ଚ୍ଚାକୁ ଆସିଛି ।

– ଶଙ୍ଖା ସିନ୍ଦୁର ଲଗାଇବେ ନାହିଁ ମହିଳା
– ମହିଳା ଯିବେ ନାହିଁ ମନ୍ଦିର
-ମହିଳାମାନେ ବିବାହ କରିବେନି
– ପୁରୁଷଙ୍କ ବିବାହ ହେଲେ ବେଦୀ ହେବନି
– କାହାର ମୃତ୍ୟୁ ହେଲେ ଶୁଦ୍ଧି ହେବେନି
– ଚାକିରି କରିଥିଲେ ଅଧା ଦରମା ସଂଗଠନକୁ ଦେବେ

ମାନସ ଦାସ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ । ମାନସଙ୍କ ମାନବବାଦ ସଂଗଠନରେ ସାମିଲ ନହେବାରୁ ଗାଁରୁ ତଡ଼ା ଖାଇଛନ୍ତି ୬ ପରିବାର । ଗାଁ ବାହାରେ ରହୁଛନ୍ତି ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ ଓ ଭୀମ ପ୍ରଧାନଙ୍କ ପରିବାର । ୨୦୧୪ ମସିହାରେ କାଜୁ ଜଙ୍ଗଲକୁ ନେଇ ଗଣ୍ଡଗୋଳ ହୋଇଥିଲା । ଘଟଣା ନେଇ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ସେତେବେଳେ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ମାନବବାଦ ସଂଗଠନର ଆଇନ ଅନୁସାରେ ଯିଏ ସଂଗଠନରେ ସାମିଲ ନହେବ, ଏଭଳି କଷ୍ଟ ଭୋଗିବାକୁ ପଡିବ ବୋଲି ପୀଡ଼ିତ ପରିବାର ।

ମାନବବାଦୀ ସଂଗଠନରେ ସାମିଲ ହେବାକୁ ହେଲେ ମାନିବାକୁ ପଡ଼ିବ ନିୟମ । ଏନେଇ ଫତୱା ଜାରି କରିଛନ୍ତି ମାନସ ଦାସ । ଏହି ଫତୱାରେ ରହିଛି ମହିଳାମାନେ ଶଙ୍ଖା ସିନ୍ଦୁର ପିନ୍ଧିବେ ନାହିଁ । ମନ୍ଦିରକୁ ମହିଳାମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଏହା ସହ ମହିଳାମାନେ ବିବାହ କରିପାରିବେ ନାହିଁ । ଯଦି ପୁରୁଷମାନେ ବିବାହ କରନ୍ତି, ତେବେ ବେଦୀ ହେବନି । ଯଦି କାହାର ମୃତ୍ୟୁ ହୁଏ, ତେବେ ମହିଳମାନେ ସୁଧି ହେବେନାହିଁ । ଚାକିରି କରିଥିଲେ ଅଧା ଦରମା ସଂଗଠନକୁ ଦେବେ ।