ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ! ବାପା , ମା’,ଛୁଆ ଗୋଟିଏ ବାଇକରେ ଯାଇପାରିବେ , ଛୁଆର ବୟସ ୧୨ ବର୍ଷରୁ କମ୍ ହୋଇଥିଲେ ଲାଗିବ ନାହିଁ ଜରିମାନା

1,205

ସରକାରଙ୍କ ଦ୍ୱାରା ନୂଆ ମୋଟର୍ ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଭାଙ୍ଗୁଥିବା ଗାଡି ଚାଳକ । ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡିର କାଗଜପତ୍ର ସଠିକ୍ ନଥିଲେ ମୋଟାଅଙ୍କର ଜରିମାନା ଭରୁଛନ୍ତି ଚାଳକ । ବସ୍ ,ଟ୍ରକ୍ , ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ ଭରୁଛନ୍ତି ତଣ୍ଡ । ଗାଡିଦର ଠାରୁ ଅଧିକ ଜରିମାନା ଭରି ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ତେବେ ବର୍ତ୍ତମାନ ଗାଡିରେ ତିନି ଜଣ ବସି ଯାତ୍ରା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ।

ପୁଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି , ଗୋଟିଏ ବାଇକରେ ବାପା , ମା ଏବଂ ଛୁଆ ଯାଇପାରିବେ । ଛୁଆର ବୟସ ୧୨ ବର୍ଷରୁ କମ୍ ହୋଇଥିଲେ ଲାଗିବନାହିଁ ତଣ୍ଡ । ପୋଲିସ୍ ର ମୂଳ ଉଦେ୍ଧଶ୍ୟ ଲୋକଙ୍କୁ ହଇରାଣ କରିବା ନୁହେଁ ସଚେତନ କରାଇବା । ଲୋକ ଟ୍ରାଫିକ୍ ନିୟମକୁ ଅଣଦେଖା କରୁଥିବାରୁ ସରକାରଙ୍କୁ ଏନେଇ କଠୋର ପଦକ୍ଷେପ ନେବାକୁ ପଡିଛି । ପ୍ରଦୂଷଣ କାରଣରୁ ଏଯାଏଁ କେଉଁ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇନାହିଁ । କୌଣସିି ଜନସାଧାରଣଙ୍କ ଠାରୁ ଏକ ହଜାର ଟଙ୍କାରୁ ଅଧିକ ତଣ୍ଡ ଆଦାୟ କରାଯାଇନାହିଁ । ଆଇନ୍ ସମସ୍ତଙ୍କ ପାଇଁ ସମାନ ଯେ ନିୟମ ଭାଙ୍ଗିବ ସେ ଶାସ୍ତି ପାଇବ ।