ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର ; ନୟାଗଡ଼ ଦେବୋତ୍ତର କଲୋନୀ ୪ ନମ୍ବର କଲୋନୀର ଘଟଣା

ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର ; ନୟାଗଡ଼ ଦେବୋତ୍ତର କଲୋନୀ ୪ ନମ୍ବର କଲୋନୀର ଘଟଣା

କନକ ବ୍ୟୁରୋ: ବନ୍ଦ ଘରୁ ବାପା -ଝିଅଙ୍କ ମୃତ ଦେହ ଉଦ୍ଧାର। ଦେବୋତ୍ତର କଲୋନୀ ୪ନମ୍ବର ଗଳିର ଏକ ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖଟ ଉପରୁ ୫ବର୍ଷୀୟ ଝିଅ ଓ ବାପାଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ପୋଲିସ। ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଥିବା ବେଳେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।

ମୃତକ ପୁଲକ ବିଶ୍ୱାଳଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଗତ ୩ମାସ ତଳେ ଦ୍ଵିତୀୟ ବିବାହ କରିଥିଲେ। ଦୁଇଦିନ ତଳେ ଦ୍ଵିତୀୟ ସ୍ତ୍ରୀ ନିଜ ବାପା ଘରକୁ ଯାଇଥିଲା ବେଳେ ଗତକାଲି ଫେରିଥିଲେ। ଭିତରୁ କବାଟ ବନ୍ଦ ଥିବା ଦେଖି ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ କବାଟ ଭାଙ୍ଗି ଉଭୟଙ୍କ ଶବ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe